ମାର୍ଚ୍ଚ ୧ ତାରିଖ ଠାରୁ ୩ ଦିନ ଧରି ମାଁ ରାମଚଣ୍ଡୀ ମହୋତ୍ସବ

0
80

ଛତ୍ରପୁର,୦୮/୦୨/୨୦୨୪: ଛତ୍ରପୁର ନିକଟସ୍ଥ ନୀଳାଦ୍ରି ଶିଖରେ ଶ୍ରୀ ଶ୍ରୀ ଶ୍ରୀ ମାଁ ରାମଚଣ୍ଡୀଙ୍କ ପୀଠରେ ଆଜି ଟ୍ରଷ୍ଟ ଚେୟାରମ୍ୟାନ ଶ୍ରୀ ବିନୋଦ କୁମାର ପାଢ଼ୀ ଙ୍କ ଅଧକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଟ୍ରଷ୍ଟି ଶ୍ରୀ ସୁଧାକର ପଣ୍ଡା,ଶ୍ରୀମତୀ ମଞ୍ଜୁଳା ପଣ୍ଡା,ଶ୍ରୀ କାଶୀନାଥ ବ୍ରହ୍ମl, ଲଷ୍ମୀନୃସିହ ପଣ୍ଡା ଓ କମିଟି ସଭାପତି ଶ୍ରୀ ପ୍ରଶାନ୍ତ ନାୟକ, ସେକ୍ରେଟାରୀ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା,ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡା,କାର୍ଯ୍ୟକାରୀ ସଭାପତି ଶ୍ରୀ ବସନ୍ତ ମହାରଣା, ଉପସଭାପତି ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁ, ଶ୍ରୀ ସନ୍ତୋଷ କୁମାର ପାଢ଼ୀ,ଆସିଷ୍ଟାଣ୍ଟ ସେକ୍ରେଟାରୀ ଶ୍ରୀ ପ୍ରମୋଦ ସାହୁ,ଶ୍ରୀ ଅରୁଣ ପଣ୍ଡା, ସରକାରୀ ଓକିଲ ଶ୍ରୀ ରାଜେଶ କୁମାର ମିଶ୍ର, ସଂଯୋଜକ କମଲ କୁମାର ପଣ୍ଡା, କମିଟି ସଦସ୍ୟ , ଶତ୍ରୁଘନ ମହାଙ୍କୁଡ଼, ଗୋବର୍ଦ୍ଧନ ନାୟକ, କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), ମନ୍ଦିର ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା,ତ୍ରିପତି ବାଲାଜୀ ମିଶ୍ର,ବିଦ୍ୟାଧର ପାଣିଗ୍ରାହୀ, ତୁଷାର ଶତପଥୀ,ରୁଦ୍ର ମିଶ୍ର, ସୁଧୀର ମହାରଣା, ଗୋପାଳ ନାୟକ,ଶଙ୍କର ନାୟକ, ଉପେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ମାଁ ରାମଚଣ୍ଡୀ ଙ୍କ ପ୍ରତିଷ୍ଠା ପ୍ରଥମ ବାର୍ଷିକ ଉତ୍ସବକୁ ତିନି ଦିନ ଧରି ଅର୍ଥାତ ଫାଲଗୁନ ମାସରେ ମାର୍ଚ୍ଚ ୧ ତାରିଖ ରୁ ମାର୍ଚ୍ଚ ୩ ଯାଏଁ ପାଳନ କରାଜିବ ବୋଲି ନିଷ୍ପତି ନିଆଗଲା l ଏହି ମହତ କାର୍ଯ୍ୟ ପାଇଁ ଟ୍ରଷ୍ଟ ଓ କମିଟି ମଧ୍ୟରେ ବିସ୍ତୃତ ଭାବେ ଚର୍ଚ୍ଚା କରାଗଲା l ଶେଷରେ ଏହି ତିନି ଦିନ ମାଁ ରାମଚଣ୍ଡୀ ମହୋତ୍ସବ ରୂପେ ପାଳନ କରିବା ପାଇଁ ସ୍ଥିର କରାଗଲା lକରପଡା ପଞ୍ଚାୟତ ସରପଞ୍ଚ ଶ୍ରୀ ଅଜୟ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ କରପଡା ଆଲିଆବାଦ ବିରିପୁର ଓ ନୀଳାଦ୍ରିପୁର ଗ୍ରାମର ଅଧିକାରୀ ଓ ଭଦ୍ର ବ୍ୟକ୍ତି ମାନଙ୍କ ପାଖକୁ ଜାଇ କମିଟି ସଦସ୍ୟ ଙ୍କ ଦ୍ୱାରା ଏହି ମହୋତ୍ସବ ବିଷୟରେ ଅବଗତ କରାଗଲା l ସମସ୍ତେ ଏହାକୁ ସ୍ୱାଗତ କରିବା ସହିତ କରପଡା ପଞ୍ଚାୟତ ପାଇଁ ଏହା ଏକ ଗର୍ବର କଥା ସହ ଏହି ମହତ୍ କାର୍ଯ୍ୟରେ ଆମ ପଞ୍ଚାୟତ ବାସୀଙ୍କ ତରଫରୁ ପୂର୍ଣ୍ଣ ସହଯୋଗ ରହିବ ବୋଲି କଥା ଦେଇଥିଲେ l

LEAVE A REPLY

Please enter your comment!
Please enter your name here