ଭୁବନେଶ୍ଵର, ୧୩/୦୨/୨୦୨୪: ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କ୍ୟାଡର ପୁନର୍ଗଠନ,ଗ୍ରେଡ ପେ ଆଦି ଦାବି କୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ର ଆରମ୍ଭ ରେ ଅତ୍ୟନ୍ତ ବିନମ୍ରତାର ସହ ଜଣାଉ ଅଛୁ ଯେ , ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି କୃଷି ବିଭାଗର ମୂଳ ମେରୁଦଣ୍ଡ ଭାବରେ କାମ କରୁଥିବା ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କର ମୁଖ୍ୟ ଦାବି କ୍ୟାଡର ପୁନର୍ଗଠନ, ଗ୍ରେଡ ପେ ଆଦି ଅନ୍ୟାନ୍ୟ ଦାବୀର ବିଚାର କରାଗଲା ନାହିଂ। ଦୀର୍ଘ ଏକ ବର୍ଷ ଧରି ସଂଘ ପକ୍ଷରୁ ଶତାଧିକ ପତ୍ର ମାଧ୍ୟମରେ ଅନୁନୟ ବିନୟ କରାଯାଇ ଆସୁଥିଲେ ମଧ୍ୟ କର୍ତ୍ତୁପକ୍ଷ ଏ ଦିଗରେ ସଂପୂର୍ଣ୍ଣ ଉଦାସୀନ ରହି ଆସୁଛନ୍ତି। ଏପରିକି ଆଲୋଚନା ମାଧ୍ୟମରେ ସଂଘ ପକ୍ଷରୁ ଆଗତ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ଉପରେ ସାମାନ୍ୟ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଂ । ଏପରିକି ଆନ୍ତ ମନ୍ତ୍ରୀ ମଣ୍ଡଳ କମିଟି କୁ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ର ସବିଶେଷ ତଥ୍ୟ ପ୍ରଦାନ କରାଗଲା ନାହିଂ । ଆଉ ମାତ୍ର ଅଳ୍ପ ଦିନ ବ୍ୟବଧାନରେ ସାଧାରଣ ନିର୍ବାଚନ ଓ ଏଥିପାଇଁ ଆଦର୍ଶ ଆଚରଣ ବିଧି ମୁଖ୍ୟ ନିର୍ବାଚନ ଆୟୁକ୍ତ ଙ୍କ ଦ୍ଵାରା ଜାରିହେବ । ଦୀର୍ଘ ଏକ ବର୍ଷ ଧରି ଏ ଦିଗରେ ସାମାନ୍ୟ ପଦକ୍ଷେପ ଗ୍ରହଣ କରାନଯାଇ ଆମଭଳି ସ୍ୱଳ୍ପ ଦରମାରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପ୍ରତି ବିଭାଗୀୟ ହେୟଜ୍ଞାନ , ଅବହେଳା ତଥା ନିଷ୍ଠୁରତା କୁ କୃଷି କର୍ମଚାରୀ ମାନେ ଅଧିକ ଦିନ ବରଦାସ୍ତ କରିବାକୁ ଉଚିତ ମାନେ କରୁ ନାହାନ୍ତି ।
ଏଣୁ ବାଧ୍ୟ ହୋଇ ନିଜ ପେଟ ପାଟଣା ଓ ଭବିଷ୍ୟତ ର ସୁରକ୍ଷା ଦୃଷ୍ଟିରୁ ସାରା ରାଜ୍ୟର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଗତ ୦୮. ୦୨. ୨୦୨୪ ରିଖ ଠାରୁ ତା ୧୨.୦୨.୨୦୨୪ ରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ ମୋବାଇଲ କୁ କୌଣସି ସରକାରୀ ସେବା ନିମନ୍ତେ ଆମେ ବ୍ୟବହାର କରି ନାହୁଁ ଓ ଅଧିକାରୀଙ୍କ ଦ୍ଵାରା ଗଠିତ ଗ୍ରୁପ / ଆପ ରୁ ଓହରି ଆସିଛୁ । ଏହା ସତ୍ତ୍ୱେ କର୍ତ୍ତୁପକ୍ଷ ତଥାପି ଆମ ଦାବି ପୁରଣରେ ଉଦାସୀନ ରହିଛନ୍ତି ତେଣୁ ଆସନ୍ତା ୧୩.୦୨. ୨୦୨୪ ରିଖରୁ ୧୯.୦୨.୨୦୨୪ ରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲାର ଗ୍ରାମ୍ୟ କୃଷି କର୍ମଚାରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସରକାରୀ ଦପ୍ତର ସମ୍ମୁଖରେ ସାମୁହିକ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବ ଏହା ସତ୍ତ୍ୱେ କର୍ତ୍ତୁପକ୍ଷ ତଥାପି ଆମ ଦାବି ପୁରଣରେ ଯଦି ଉଦାସୀନ ରହନ୍ତି ତେବେ ଆସନ୍ତା ତା ୨୦.୦୨. ୨୦୨୪ ରିଖ ଠାରୁ ଦାବି ପୂରଣ ପର୍ଯ୍ୟନ୍ତ କୃଷି ଭବନ ,ଭୁବନେଶ୍ଵର ଠାରେ ଶାନ୍ତି ପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଧାରଣାରେ ବସିରହିବୁ । ଏହି କାର୍ଯ୍ୟକ୍ରମ ପାଇଁ ଯଦି କୃଷି ଓ କୃଷକ ଙ୍କ ସ୍ଵାର୍ଥରେ ହାନି ଘଟେ ସେଥିପାଇଁ ବିଭାଗ ବା ସରକାର ଦାୟୀ ରହିବେ । ଆଶା ଓ ବିଶ୍ଵାସ,କୃଷି ବିଭାଗର ଏହି ଅବହେଳିତ କର୍ମଚାରୀଙ୍କ ପ୍ରତି ନ୍ୟାୟ ପ୍ରଦାନ ନିମନ୍ତେ ସଦୟ ଦୃଷ୍ଠି ଦେବା ସହ ଆମର ବାଞ୍ଛିତ ଓ ପ୍ରତିଖିତ ନ୍ୟାୟୋଚିତ ଦାବି ପୂରଣ ନିମନ୍ତେ କର୍ତ୍ତୁପକ୍ଷ ବଳିଷ୍ଟ ଓ ତତ୍କାଳୀନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ।