ବ୍ରହ୍ମପୁର,୧୦/୦୩/୨୦୨୪:
ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ତଥା କନିଷି ଗାଁ ଛକ ଠାରେ ଏକ ମୋଟରସାଇକେଲ କୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ମୋଟରସାଇକେଲ ଚାଳକ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଦୁଇ ମୋଟର ସାଇକେଲ ଧକ୍କା ହେବା ଫଳରେ ଜଣେ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ବ୍ରହ୍ମପୁର ପଟୁ ଏକ କଣ୍ଟେନର ଥିବା ଟ୍ରକ୍ ଛିଟିକି ପଡ଼ି ଥିବା ପିଲା ଉପରେ ଚଢ଼ି ଯାଇଥିଲା ଫଳରେ ପିଲାଟି ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିଲା।ମୃତକ ଜଣଙ୍କ ଦୁମ୍ ଦୁମି ଗ୍ରାମର ଚିଣ୍ଟୁ ବାବୁ ବୋଲି ଜଣାପଡ଼ି ଥିବା ବେଳେ କନିଷି ଗାଁ ସମ୍ମୁଖ ଜାତୀୟ ରାଜପଥରେ ତୁରନ୍ତ ଓଭରବ୍ରିଜ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି। ରବିବାର ରାତି ପ୍ରାୟ ୮ ଟା ବେଳେ କନିଷି ଗାଁ ଛକ ଠାରେ ଦୁଇଟି ସ୍କୁଟି ମଧ୍ୟରେ ସାମାନ୍ୟ ଦୁର୍ଘଟଣା ଘଟିବା ଉଭୟ ଚାଳକ ରାଜପଥ ଉପରେ ଠିଆ ହୋଇ ଗଣ୍ଡଗୋଳ କରୁଥିଲେ।ଏହି ସମୟରେ ବ୍ରହ୍ମପୁର ପଟୁ ଗୋଳନ୍ଥରା ଆଡ଼କୁ ଯାଉଥିବା ମୋଟରସାଇକେଲ ( ଓ ଡି ୦୭ ଏ ଏନ ୮୬୯୨) ଠିଆ ହୋଇ ଦେଖିଥିବା ସମୟରେ ପଛପଟୁ ଦୃତଗାମୀ ଏକଟ୍ରକ(ଏ ପି ୩୦ ୟାଇ ୫୫୫୮) ଧକ୍କା ଦେଇଥିଲା। ଫଳରେ ମୋଟରସାଇକେଲ ରେ ଥିବା ଚାଳକ ଜଣଙ୍କ ଛିଟିକି ରାସ୍ତା ଉପରେ ପଡ଼ିବା ସହ ରକ୍ତାକ୍ତ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।ଘଟଣା ଘଟିବା ପରେ କନିଷି ଗାଁ ର ଶତାଧିକ ଲୋକ ଜାତୀୟ ରାଜପଥ ରେ ପହଞ୍ଚି ଜାତୀୟ ରାଜପଥ ତିନି ଘଣ୍ଟା କାଳ ଅବରୋଧ କରିବା ସହ ଓଭରବ୍ରିଜ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଏକ ସପ୍ତାହ ରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ବେଳେ ବହୁବାର ପ୍ରଶାସନ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ଦାବି ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାଧ୍ୟ ହୋଇ ରାଜପଥ ଅବରୋଧ କରିଥିବା କନିସି ଗ୍ରାମ ବାସୀ ପ୍ରକାଶ କରିଛନ୍ତି। ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଥିଲା।
Home ବ୍ରହ୍ମପୁର ସ୍ପେଶାଳ ଟ୍ରକ ଧକ୍କାରେ ମୋଟରସାଇକେଲ ଚାଳକ ମୃତ୍ୟୁ।ଗ୍ରାମବାସୀ ଙ୍କ ଜାତୀୟ ରାଜପଥ ରେ ଓଭରବ୍ରିଜ ନିର୍ମାଣ ଦାବିରେ...