ବ୍ରହ୍ମପୁର,୧୦/୦୩/୨୦୨୪:ସେବାର ମହତ୍ତ୍ୱ, ଦାନର ଭାବନା, ସାହାଯ୍ୟର ମୂଲ୍ୟବୋଧକୁ ହୃଦୟରୁ ଅନୁଭବ କରିପାରିଥିବା ଭିନ୍ନ ଏକ ମଣିଷ ଭାରତୀୟ ସେନାରେ କାର୍ଯ୍ୟରତ ରଙ୍ଗେଇଲୁଣ୍ଢl ବ୍ଲକ ଅନ୍ତର୍ଗତ କୋଳଥି ଗାଁ ଗ୍ରାମପଞ୍ଚାୟତ ର କୋଳଥି ଗାଁ ନିବାସୀ ସ୍ବର୍ଗତ କାଳୁ ଚରଣ ଦଳାଇ ଙ୍କ ଦ୍ୱିତୀୟ ପୁତ୍ର ଯୁବ ସମାଜ ସେବୀ ଚିନ୍ମୟ ଦଳାଇ ଭାଇ, ସେଇଥିପାଇଁ ତ ସେ ନିଜର ପ୍ରତ୍ୟେକ ବ୍ୟକ୍ତିଗତ ଉତ୍ସବକୁ ମଧ୍ୟ ସମାଜ ଉଦ୍ଧେଶ୍ୟରେ ସମର୍ପିତ କରି ମାନବିକତାର ରକ୍ଷା ଦିଗରେ ଏକ ଜାଗ୍ରତ ପ୍ରହରୀ ସାଜନ୍ତି। ସେହି ବିଶେଷରେ ନିଜ ବିବାହ ଉତ୍ସବକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପାଳନ କରିବାର ଲକ୍ଷ ନେଇ, ସମାଜରେ ନୂତନ ରକ୍ତଦାତା ସୃଷ୍ଟି ପୂର୍ବକ ରକ୍ତଭାବ ଦୂରୀକରଣ ନିମନ୍ତେ, ବିପଦରବନ୍ଧୁ ଓଡିଶା, କମ୍ପେଟେଟିଭ ସ୍କେୟାର ମିଳିତ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର। ଏହି ଶିବିରକୁ ଭାବେ କୋଳଥି ଗାଁ ସରପଞ୍ଚ ଜଗମୋହନ ପାତ୍ର, ଦାସପୁର ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ହରିହର ରାଉତ, ବିପଦର ବନ୍ଧୁ ଅନୁଷ୍ଠାନର ପ୍ରତିଷ୍ଠାତା ଜି. ଶିବରାମ ପାତ୍ର ପ୍ରମୁଖ ଅତିଥି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରରେ ୨ ମହିଳା ରକ୍ତଦାତା ସନ୍ଧ୍ୟାରାଣୀ ଦଳବେହେରା ଏବଂ ସୋନାଲି ଆଚାର୍ଯ୍ୟ ସମେତ ସର୍ବମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରକୁ ବିପଦର ବନ୍ଧୁ ଓଡ଼ିଶାର ସମସ୍ତ ସଦସ୍ୟ ଓ କମ୍ପେଟେଟିଭ ସ୍କେୟାର ସମସ୍ତ ସଦସ୍ୟ ମିଳିତ ଭାବେ ପରିଚାଳନା କରିଥିଲେ ଏବଂ ବ୍ରହ୍ମପୁର ରକ୍ତଭଣ୍ଡାରର ସଦସ୍ୟ ବାପି ପଣ୍ଡା, ଟୁଲୁ ପଣ୍ଡା, ଡମ୍ବୁର କରକୀ, ବସନ୍ତ ବେହେରା ଏବଂ ଅନୁ ମାଝି ରକ୍ତସଂଗ୍ରହ କରିଥିଲେ। ଏହିଭଳିବ ସମାଜ ଉପଯୋଗୀ ଚିନ୍ତନ ନିଶ୍ଚୟ ଅନେକଙ୍କ ପାଇଁ ପ୍ରେରଣା ସାଜିବ ଓ ମାନବିକତାକୁ ଦୃଢ଼ୀଭୂତ କରିବ।