ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ “ଶାସ୍ତ୍ରୀୟ ଓଡ଼ିଆ ଭାଷା” ଦିବସ ପାଳିତ

0
90

ବ୍ରହ୍ମପୁର , ୧୧/୦୩/୨୦୨୪ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ସ୍ଥାନୀୟ କୁଇନ ଅଫ ଦି ମିଶନସ ଉଚ୍ଚ ବିଦ୍ୟାଳୟ ପରିସରରେ ବହୁମୁଖର ସଭାପତି ଡ଼ ସଙ୍କର୍ଷଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଶ୍ରୀ ହରେକୃଷ୍ଣ ପଣ୍ଡା, ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ, ମୁଖ୍ୟ ବକ୍ତା ଡ଼ ବନମାଳି ପାଣିଗ୍ରାହୀ, ପ୍ରାକ୍ତନ ଅଧ୍ୟକ୍ଷ, ସମ୍ମାନିତ ଅତିଥି ଡ଼ କୈଳାଶ ଚନ୍ଦ୍ର ତ୍ରିପାଠୀ, ପ୍ରାକ୍ତନ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ର ସମ୍ପାଦକ ମହମ୍ମଦ ଆସଲାମ ପ୍ରମୁଖ ମଂଚାସୀନ ଥିଲେ। ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଉପରେ ୭ଜଣ କବିତା ପାଠ କରିଥିଲା ବେଳେ ଆଲୋଚନା ରେ ଡ଼ ଭଗବାନ ତ୍ରିପାଠୀ, ଡ଼ ସନ୍ତୋଷ କୁମାର ଦାଶ,ଡ଼ ପ୍ରାଣ ଚାଂଦ ପଣ୍ଡା, ଶ୍ରୀ ସୁବ୍ରତ ରଥ , ଅଧ୍ୟାପକ ଚିତ୍ରସେନ ଜେନା,ଅଧ୍ୟାପକ ସନ୍ତୋଷ ସାହୁ ଶଶୀଭୁଷଣ ରଥ ମହିଳା ମହା ବିଦ୍ୟାଳୟ,ଗବେଷକ ଅଜୟ ସାହୁ, ଶ୍ରୀ ଲାଲବାହାଦୁର ପଟନାୟକ, ଶ୍ରୀ ପାର୍ବତୀ ପ୍ରସାଦ ପାଢ଼ୀ ପ୍ରମୁଖ ଶାସ୍ତ୍ରୀୟ ଭାଷା ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଡ଼ ବନମାଳି ପାଣିଗ୍ରାହୀ, ପ୍ରାଚୀନ ଭାଷା ଓଡ଼ିଆ ଆମ ଗର୍ବ ଓ ଗୌରବର ପ୍ରତୀକ ବୋଲି କହିଥିବାବେଳେ ଡ଼ କୈଳାଶ ଚନ୍ଦ୍ର ତ୍ରିପାଠୀ ବର୍ତ୍ତ ମାନ ପିଢ଼ିର ଭାଷା ପ୍ରତି ରହିଥିବା ବିମୁଖତା ଉପରେ ସୂଚନା ଦେଇ କ୍ଷୋଭ ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ହରେକୃଷ୍ଣ ପଣ୍ଡା ‘ଭାଷା ହେଉଛି ଜାତିର ଅସ୍ମିତା, ଜାତିର ମୂଳ ଉତ୍ସ, ଭାଷା ବିନା ସାହିତ୍ୟ ସଂସ୍କୃତି ଯେ ନିରସ ଭାଷା ନ ବଞ୍ଚିଲେ ସାହିତ୍ୟ ଓ ସଂସ୍କୃତି ତିଷ୍ଠିବା ସମ୍ଭ ଭ ନୁହେଁ ବୋଲି କହି ଥିଲେ। ସଭାପତି ଡ଼ ପାତ୍ର ଆଜିର ବିଦ୍ୟାର୍ଥୀ ଓ ଅଧ୍ୟାପକ ଭାଷା ପାଇଁ ଯଦି ନିଜର ସଂକଳ୍ପ ଓ ସମର୍ପଣ ଭାବ ନ ରଖନ୍ତି ତେବେ ଆମ ଭାଷାର ଭବିଷ୍ୟତ ଯେ ଅନ୍ଧକାର ହେବ ଏକଥା ଏଡାଇ ଦିଆଯାଇପାରିବ ନାହିଁ ବୋଲି କହିଥିଲେ । ଶ୍ରୀ ଧୀରସମୀର ପାଣିଗ୍ରାହୀ, ଶ୍ରୀ ଭବାନୀ ଶଙ୍କର ପାଣିଗ୍ରାହୀଙ୍କ ସମେତ କବି ଓ କବାୟତ୍ରୀ ମାନେ କବିତା ପାଠ କରିଥିଲେ । ସମ୍ପାଦକ ମହମଦ ଆସଲାମ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସଂଗୀତ ଗାନ ପରେ ଅଧିବେଶନ ସମାପ୍ତି ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here