ପୋଲସରା ୧୪/୦୩/୨୪ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯ ଗୋଟି ୱାର୍ଡକୁ ନେଇ ଗଠିତ। ଜଣେ ଅଧ୍ୟକ୍ଷ ଜନସାଧାରଣଙ୍କ ଦ୍ଵାରା ନିର୍ବାଚିତ ହୋଇଥିବା ବେଳେ ଉପାଧ୍ୟକ୍ଷ କାଉନସିଲରଙ୍କ ମଧ୍ୟରୁ ନିର୍ବାଚିତ ହୋଇଛନ୍ତି। ଉପାଧ୍ୟକ୍ଷଙ୍କ ପରେ ରହିଛନ୍ତି ୧୮ ଜଣ କାଉନସିଲର। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଉନସିଲରମାନଙ୍କ ପାଇଁ ପାଞ୍ଚଶହ ଟଙ୍କା ଭତ୍ତା ଘୋଷଣା କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ପୋଲସରା ଏନଏସି କାଉନସିଲର ବୃନ୍ଦ। ଏକ ବୈଠକରେ ଏକତ୍ରିତ ହୋଇ ପାରିତୋଷିକ ଅର୍ଥ ପ୍ରଦାନ ନିମିତ୍ତ ପୁନଃବିଚାର କରିବା ପାଇଁ ଦାବି କରିବା ସହ କ୍ଷୋଭ ପ୍ରକାଶ କରି ନାରବାଜି ଦେଇଛନ୍ତି। ଆଗାମୀ ଦିନରେ ଦାବିକୁ ପୁନଃବିଚାର କରିବା ସହ ଉପଯୁକ୍ତ ପାରିତୋଷିକ ପ୍ରଦାନ ନକଲେ କାଉନସିଲର ସଂଗଠନ ପକ୍ଷରୁ ରାଜରାସ୍ତକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି।