ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା କମିଟିର ଦ୍ୱିତୀୟ ବୈଠକ।ବିଜେଡି ସରକାର ବିରୋଧରେ ପ୍ରସ୍ତୁତ ଚାର୍ଜସିଟକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି : ଗୋଲକ ମହାପାତ୍ର

0
103

ଭୁବନେଶ୍ୱର,୩୦/୦୩/୨୦୨୪: ବିଜୁ ଜନତା ଦଳର ଲମ୍ବା ଶାସନରେ ଓଡିଶାବାସୀ ହନ୍ତସନ୍ତ । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରରେ ଲିପ୍ତ ବିଜେଡିର ମନ୍ତ୍ରୀ ଓ ନେତାମାନଙ୍କ କାରଣରୁ ଓଡିଶାର ବିକାଶ ବାଧାପ୍ରାପ୍ତ ହୋଇଛି । ଓଡିଶାବାସୀଙ୍କୁ ମୋଦୀ ଗ୍ୟାରେଂଟିରୁ ବଂଚିତ ରଖାଯାଇଛି । ଦୀର୍ଘ ବର୍ଷର ଶାସନରେ ଓଡିଶାବାସୀଙ୍କ ସହ ପ୍ରତାରଣା କରିଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏକ ଲମ୍ବା ଚାର୍ଜସିଟ ପ୍ରସ୍ତୁତ କରାଯାଇଛି । ଶାସକ ବିଜେଡି ସରକାର ବିରୋଧରେ ପ୍ରସ୍ତୁତ ଚାର୍ଜସିଟକୁ ନେଇ ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ଅବଗତ କରାଯିବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ, ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟର ସମସ୍ତ ୨୧ଟି ଲୋକସଭା ଏବଂ ୧୪୭ ବିଧାନସଭାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ସଂପୂର୍ଣ୍ଣ ପ୍ରସ୍ତୁତ । ନିର୍ବାଚନ ପ୍ରଚାର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଙ୍କ ସମେତ ଅନେକ କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶା ଆସି ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଅନୁଷ୍ଠିତ ସଭାକୁ ସମ୍ବୋଧନ କରିବେ । ସେହିପରି ଅନ୍ୟାନ୍ୟ ନେତୃବୃନ୍ଦ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଗସ୍ତ କରି ନିର୍ବାଚନ ପ୍ରଚାର କରିବେ । ଏଥର ନିର୍ବାଚନରେ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବଡ ପ୍ରସଙ୍ଗ ହେବ । ଓଡିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ିବୁ । ନବୀନ ବାବୁ ଗାଦିଚ୍ୟୁତ ହେବେ ଏବଂ ବିଜେପି ଓଡିଶାରେ ଶାସନକୁ ଆସିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here