ବ୍ରହ୍ମପୁର, ୧୦/୦୫/୨୦୨୪:
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ଵାରା +୩ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି ।ଏଥିରେ ମହାମାୟୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନେ ଛଅ ଟି ରାଙ୍କ ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଜ୍ଞାନ ବିଭାଗରେ ଉଦ୍ଭିଦ ବିଜ୍ଞାନ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ତୃତୀୟ ଏବଂ ଅର୍ପିତା ମହାରଣା ଷଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ କଳା ବିଭାଗରେ ଗୃହ ବିଜ୍ଞାନ ଛାତ୍ରୀ ଜ୍ୟୋତି ପାତ୍ର ଦ୍ୱିତୀୟ, ସଂଗୀତା ଠାକୁର ଚତୁର୍ଥ , ସ୍ମିତା ରାଣୀ ଭୂୟାଁ ଅଷ୍ଟମ ଏବଂ ଶିକ୍ଷା ବିଭାଗରେ ଛାତ୍ରୀ ରଚନା ବାଡତ୍ୟା ଅଷ୍ଟମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି ।ଛାତ୍ରୀମାନଙ୍କ ଏହି ଉଲ୍ଲେଖନୀୟ ସଫଳତାରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀଙ୍କ ସମେତ କଲେଜ ପ୍ରଶାସନିକ ଅଧିକାରୀଣୀ ତଥା ଗୃହ ବିଜ୍ଞାନ ମୁଖ୍ୟ । ଡ. ଜୟନ୍ତୀ ରାଣୀ ପଣ୍ଡା, ଅଧାପିକା ଡ ମମତା ରାଣୀ ପଣ୍ଡା, ଶିକ୍ଷା ବିଭାଗ ମୁଖ୍ୟ । ଡ. ରାଜଲକ୍ଷ୍ମୀ ଦାସ, ଉଦ୍ଭିଦ ବିଜ୍ଞାନ ମୁଖ୍ୟ । ଡ. ଅମିତା କୁମାରୀ ପଣ୍ଡା, ଅଧ୍ୟାପିକା ଡ. ସ୍ଵର୍ଣ୍ଣ ଲତା ପଟ୍ଟନାୟକ, ସବିତା ବାରିକ, ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।