ବ୍ରହ୍ମପୁର, ୧୧/୦୫/୨୦୨୪ : ଆଜି ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ବ୍ରହ୍ମପୁର ଜୋନ୍ ମିଡିଆ ସେଣ୍ଟର୍ ଠାରେ ମିଡ଼ିଆ ଜୋନ୍ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଏକ “ସାମ୍ବାଦିକ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ଯୋଗ ଦେଇ ଗତ ୩ ତାରିଖରେ ବ୍ରହ୍ମପୁର ଠାରେ ଘଟି ଯାଇଥିବା ଲଜ୍ଜା ଜନକ ଓ ସମ୍ବେଦନଶୀଳ ଘଟଣା ଯାହାକି ଯୁକ୍ତ ଦୁଇ ନାବାଳିକା ଛାତ୍ରୀ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ବବିତା ପାତ୍ରଙ୍କ ବିବୃତି ଅନୁଯାୟୀ ପୀଡ଼ିତାଙ୍କ ବାପା ୮ ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିଲେ, ଏମାନଙ୍କ ମଧ୍ୟରୁ ପୋଲିସ ମାତ୍ର ୬ ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି l ପୋଲିସ ଧରି ଥିବା ଅନ୍ୟ ମାନଙ୍କ ମଧ୍ୟରୁ ଜଣଙ୍କ ନାମକୁ ଏତଲାରେ ଦେଇଛି ସେ ହେଉଛନ୍ତି ସମ୍ବିତ୍ ପାଣିଗ୍ରାହୀଙ୍କ ନାମ ବଦଳାଇ ଜୁମନ ଗଉଡ଼ ନାମ ଦିଆଯାଇଛି । ସେହିଭଳି ବିକ୍ରମ ଜେନା ଯିଏକି ବିଜୁ ଛାତ୍ର ଜନତା ଦଳର ନେତା ତଥା ଗୋପାଳପୁର ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କ ସହିତ ନିର୍ବାଚନ ପ୍ରଚାରରେ ବୁଲୁ ଅଛି, ତାଙ୍କ ଡାକ୍ତରୀ ମାଇନା କରିବା ସତ୍ତ୍ୱେ ପୋଲିସ ତାକୁ ଛାଡ଼ି ଦେଇଛି । ରାଜ୍ଯରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିଛି । ମହିଳା ମାନଙ୍କ ପ୍ରତି ହେଉଥିବା ଅପରାଧିକ ଘଟଣାରେ ଓଡ଼ିଶା ଦେଶରେ ଏକ ନମ୍ବର । ପୋଲିସର କାର୍ଯ୍ୟକଳାପ ସର୍ବସାଧାରଣରେ ସନ୍ଦେହ ସୃଷ୍ଟି କରୁଛି ଯେ ସରକାରୀ ଦଳର ବିଧାୟକ ମାନଙ୍କ ଚାପରେ ପଡ଼ି ପୋଲିସ ଏହି ଭଳି ଭାବରେ କାର୍ଯ୍ୟ କରୁଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ଦାବୀ କରୁଛି ପୋଲିସ ଯଥା ଶୀଘ୍ର ମୁଖ୍ୟ ଅପରାଧୀ ମାନଙ୍କୁ ଗିରଫ କରି ଉପଯୁକ୍ତ ଦଣ୍ଡ ଦିଆଯିବା ସହ ପୀଡ଼ିତାଙ୍କୁ ଅନୁଦାନ ରାଶି ୫୦ ଲକ୍ଷ ଦିଆଯାଉ । ନଚେତ ମହିଳାଙ୍କୁ ସୁରକ୍ଷା,ନ୍ୟାୟ ଏବଂ ଅଧିକାର ପାଇଁ ବିଜେପି ମହିଳା ମୋର୍ଚ୍ଚା ତାହାର ସ୍ଵରକୁ ଶାଣିତ କରିବ ଏବଂ ରାଜରାସ୍ତାରେ ଆନ୍ଦୋଳନ ପାଇଁ ଓହ୍ଲାଇବ ବୋଲି ଶ୍ରୀମତୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜା ନନ୍ଦ ବିଶ୍ଵାଳ,ଜିଲ୍ଲା ମହିଳା ମୋର୍ଚ୍ଚା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ଗଣଦୁଷ୍କର୍ମ ଘଟଣା।୩ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ କାହିଁକି ଛଡ଼ାଗଲା’।କାହା ସ୍ୱାର୍ଥରେ ପୋଲିସ ଅଭିଯୁକ୍ତର ନାଁ ବଦଳାଇଲା।୮...