ବ୍ରହ୍ମପୁର, ୨୬/୦୫/୨୦୨୪ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ଣରେ ବହୁ ପ୍ରତୀକ୍ଷିତ + ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି l ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ l ପରୀକ୍ଷା ଫଳ ଘୋଷଣା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର, ପରିଷଦର ସଚିବ ଶୁଭ୍ରବାଳା ବେହେରା, ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ, ଦୁଇ ଉପ-ପରୀକ୍ଷା ନିୟନ୍ତ୍ରକ ଡ. ଯାମିନୀ ରଞ୍ଜନ ମହାନ୍ତି ଓ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ପରିଚାଳନା ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ l
ଚଳିତ ବର୍ଷ ସମଗ୍ର ରାଜ୍ୟରେ +୨ କଳା ସ୍ରୋତରେ ରେଗୁଲାର ୨୧୮୬୨୯ , ଏକ୍ସ-ରେଗୁଲାର ୧୩୯୩୮ ଓ ପତ୍ର ବିନିମୟ ଶିକ୍ଷା ୨୬୫୧ ଏହିପରି ମୋଟ ୨୩୫୨୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ରେଗୁଲାର ୧୮୦୯୫୦, ଏକ୍ସ-ରେଗୁଲାର ୮୪୮୯ ଓ ପତ୍ର ବିନିମୟ ଶିକ୍ଷା ୯୯୦ ଏହିପରି ମୋଟ ୧୯୦୪୨୯ ଜଣ ପରୀକ୍ଷାର୍ଥୀ + ୨ କଳା ପରୀକ୍ଷାରେ କୃତକାର୍ଯ୍ୟ ହୋଉଛନ୍ତି l କଳା ସ୍ରୋତରେ ଉତ୍ତୀର୍ଣ୍ଣ ହାର ରହିଛି ୮୦.୯୫ପ୍ରତିଶତ l କମ୍ପାର୍ଟମେଣ୍ଟାଲରେ ୨୦୫ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୧ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l କୌଣସି ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରଖାଯାଇ ନାହଁ l
ସାରା ଓଡ଼ିଶାରେ ଏ ବର୍ଷ +୨ ବିଜ୍ଞାନ ସ୍ରୋତରେ ରେଗୁଲାର ୧୦୮୧୪୮ ଓ ଏକ୍ସ-ରେଗୁଲାର ୭୭୪୭ ଏହିପରି ମୋଟ ୧୧୫୮୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ରେଗୁଲାର ୯୭୧୭୨ ଓ ଏକ୍ସ-ରେଗୁଲାର ୩୫୮୫ ଏହିପରି ମୋଟ ୧୦୦୭୫୭ ଜଣ ପରୀକ୍ଷାର୍ଥୀ + ୨ ବିଜ୍ଞାନ ପରୀକ୍ଷାରେ କୃତକାର୍ଯ୍ୟ ହୋଉଛନ୍ତି l ବିଜ୍ଞାନ ସ୍ରୋତରେ ଉତ୍ତୀର୍ଣ୍ଣ ହାର ରହିଛି ୮୬.୯୩ ପ୍ରତିଶତ l କମ୍ପାଣ୍ଟମେଣ୍ଟାଲରେ ୭୯୮ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ଏ ଥର କୌଣସି ଛାତ୍ରଛାତ୍ରୀଙ୍କ ଫଳାଫଳ ସ୍ଥଗିତ ରଖାଯାଇ ନାହିଁ l
ସେହିପରି +୨ ବାଣିଜ୍ୟ ସ୍ରୋତରେ ସାରା ରାଜ୍ୟରେ ରେଗୁଲାର ୨୪୧୨୧ , ଏକ୍ସ-ରେଗୁଲାର ୧୭୩୩ ଓ ପତ୍ର ବିନିମୟ ଶିକ୍ଷା ୪୩ଏହିପରି ମୋଟ ୨୫୮୯୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ରେଗୁଲାର ୨୦୩୮୨, ଏକ୍ସ-ରେଗୁଲାର ୯୧୧ ଓ ପତ୍ର ବିନିମୟ ଶିକ୍ଷା ୧୫ ଏହିପରି ମୋଟ ୨୧୩୦୮ଜଣ ପରୀକ୍ଷାର୍ଥୀ + ୨ ବାଣିଜ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଉଛନ୍ତି l ବାଣିଜ୍ୟ ସ୍ରୋତରେ ଉତ୍ତୀର୍ଣ୍ଣ ହାର ରହିଛି ୮୨.୨୭ ପ୍ରତିଶତ l କମ୍ପାର୍ଟମେଣ୍ଟାଲରେ ୧୩୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l କୌଣସି ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରଖାଯାଇ ନାହଁ l
+୨ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ଓଡ଼ିଶାରେ ରେଗୁଲାର ୪୯୦୦ ଓ ଏକ୍ସ-ରେଗୁଲାର ୭୩୬ଏହିପରି ମୋଟ ୩୮୩୪ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ରେଗୁଲାର ୩୫୮୭ଓ ଏକ୍ସ-ରେଗୁଲାର ୨୪୭ଏହିପରି ମୋଟ ୩୮୩୪ଜଣ ପରୀକ୍ଷାର୍ଥୀ + ୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ କୃତକାର୍ଯ୍ୟ ହୋଉଛନ୍ତି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ଉତ୍ତୀର୍ଣ୍ଣ ହାର ରହିଛି ୬୮.୦୨ ପ୍ରତିଶତ l କମ୍ପାର୍ଟମେଣ୍ଟାଲରେ ୯୧ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇ ନାହାନ୍ତି l କାହାର ଫଳାଫଳ ସ୍ଥଗିତ ରଖାଯାଇ ନାହଁ l
ଚଳିତ ବର୍ଷ କଳାରେ ୧୨୧୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଜ୍ଞାନରେ ୧୦୫୫ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଣିଜ୍ୟରେ ୪୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଧନ୍ଦାମୂଳକ ଶିକ୍ଷାରେ ୨୧୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୩୮୨୬୪୬ଜଣ ପରୀକ୍ଷାର୍ଥୀ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବାର୍ଷିକ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୩୧୬୩୨୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।ଗତ ୨୦୨୩ ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷା ତୁଳନାରେ ୨୦୨୪ ପରୀକ୍ଷା ଆଶାତୀତ ଭାବେ ଭଲ ହୋଇଛି l ସମସ୍ତ ସ୍ରୋତର ଫଳାଫଳ ଶତାଂଶ ବଢ଼ିଛି l ଗତ ୨୦୨୩ +୨ ବାର୍ଷିକ ପରୀକ୍ଷାରେ କଳା ସ୍ରୋତରେ ୭୮.୮୮ % ଫଳାଫଳ ହୋଇଥିବା ବେଳେ ଚଳିତ ପରୀକ୍ଷାରେ ୮୦.୯୫ % ହୋଇଛି l ୨୦୨୩ +୨ ବାର୍ଷିକ ପରୀକ୍ଷାରେ ବିଜ୍ଞାନ ସ୍ରୋତରେ ୮୪.୨୮ % ଫଳାଫଳ ହୋଇଥିବା ବେଳେ ଚଳିତ ପରୀକ୍ଷାରେ ୮୬.୯୮ % ହୋଇଛି l ୨୦୨୩ +୨ ବାର୍ଷିକ ପରୀକ୍ଷାରେ ବାଣିଜ୍ୟ ସ୍ରୋତରେ ୮୧.୧୨ % ଫଳାଫଳ ହୋଇଥିବା ବେଳେ ଚଳିତ ପରୀକ୍ଷାରେ ୮୨.୨୭ % ହୋଇଛି l ୨୦୨୩ +୨ ବାର୍ଷିକ ପରୀକ୍ଷାରେ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୬୭.୪୮ % ଫଳାଫଳ ହୋଇଥିବା ବେଳେ ଚଳିତ ପରୀକ୍ଷାରେ ୬୮.୦୨ % ହୋଇଛି l