ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଡାହା ମିଛ।।ବିନା ସାକ୍ଷ ପ୍ରମାଣରେ ଏବଂ ପ୍ରତ୍ୟକ୍ଷ ଦର୍ଶୀମାନଙ୍କ ବୟାନକୁ ଅବଜ୍ଞା କରି ଶ୍ରୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅପରାଧୀ ସଜାଇବା ପାଇଁ ବିଜେଡି ଚକ୍ରାନ୍ତ ଆଜି ଧରାପଡିଯାଇଛି।। ବିଧାୟକଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଗଣତନ୍ତ୍ର ପ୍ରତି ବିପଦ।। ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ: ପିତାମ୍ବର ଆଚାର୍ଯ୍ୟ

0
82

ଭୁବନେଶ୍ୱର,୨୭/୦୫/୨୦୨୪: ଗତ ୨୫ତାରିଖ ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଚିଲିକାର ବିଧାୟକ ତଥା ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଡାହା ମିଛ । ରାଜସୁନାଖଳାର ନିର୍ଦ୍ଦିଷ୍ଟ ବୁଥ୍‌ରେ ଭୋଟିିଂ ଚାଲିଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବ ପହଂଚିଥିଲେ । ଶ୍ରୀ ଜଗଦ୍ଦେବ ୩.୪୫ରେ ବୁଥ୍‌ରେ ଭୋଟ ଦେବାକୁ ପ୍ରବେଶ କରିଥିଲେ । ସେଠାରେ ପୂର୍ବରୁ ବିଜେଡି କର୍ମୀମାନେ ଯୋଜନାବଦ୍ଧ ଭାବେ ଉପସ୍ଥିତ ରହି ଶ୍ରୀ ଜଗଦ୍ଦେବଙ୍କ ଫସାଇବା ପାଇଁ ଚକ୍ରାନ୍ତ କରିଥିଲେ । ଏଥିସହ ବିଜେପି ସାଂସଦ ଓ ବିଧାୟକଙ୍କୁ ଗାଳିଗୁଲଜ କରିଥିଲେ । ଖୋର୍ଦ୍ଧା ଏସ୍‌ଡିପିଓ ଦିଲୀପ ଦାସ ସେଠାରେ ଖଣି ମାଫିଆ ଭାବରେ ପ୍ରସିଦ୍ଧ । ଏସ୍‌ଡିପିଓ ଶ୍ରୀ ଦାସ ମଧ୍ୟ ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହ ଅପରାଧୀ ଭଳି ବ୍ୟବହାର କରିଛନ୍ତି । ପୋଲିସ ମୁଖ୍ୟାଳୟରୁ ଏହା ମନିଟରିଂ କରାଯାଉଥିଲା । ୪ଟା ୩୦ରେ ୩ଟି ପୋଲିସ ଗାଡି ଅପରାଧୀଙ୍କ ଭଳି ସାଂସଦ ଗାଡିକୁ ଅଟକାଇଥିଲେ । ବିଜେପିର ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ଥାନାର ବାରଣ୍ଡାରେ ବସେଇ ଅତ୍ୟାଚାର କରାଯାଇଛି । ଏମିତିକି ପରିବାର ଲୋକଙ୍କୁ ଭେଟିବାକୁ ଦେଇନଥିଲେ । ଏଭଳି ଘଟଣା ପଛରେ ଏସଡିପିଓଙ୍କ ସମ୍ପୂର୍ଣ୍ଣ ହାତ ରହିଛି । ବିନା ପ୍ରମାଣରେ ଅପରାଧୀ ଭଳି ବିଧାୟକଙ୍କୁ ବ୍ୟବହାର କରିବା ଏସଡିପିଓ ନୀତି ଓ ନିୟମ ଉଲଘଂନ କରିଛନ୍ତି । ଏଥିସହ ଶାସକ ଦଳର କର୍ମୀ ଭଳି ଏସଡିପିଓ କାର୍ଯ୍ୟ କରିବା ସହ ଅନୁଶାସନ ଭାଙ୍ଗି ବିଜେଡି ପାଇଁ କାମ କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ପୂର୍ବରୁ ଯୋଜନା କରିଥିଲା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବ ବୋଲି । ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ । ଯଦି ଶ୍ରୀ ଜଗଦ୍ଦେବ ଦୋଷୀ ତାହାଲେ ସିସିଟିଭି ଭିଡିଓକୁ ସାର୍ବଜନୀନ କରାଯାଉ । ଜଣେ ବିଧାୟକଙ୍କୁ ଏଭଳି ଗିରଫ କରିବା ଅତ୍ୟନ୍ତ ନିନ୍ଦନିୟ ଏବଂ ଗଣତନ୍ତ୍ର ପ୍ରତି ବିପଦ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିିଥିବା ବରିଷ୍ଠ ପୋଲିସ ଅଧିକାରୀ ଡି.ଏସ୍ କୁଟେ ଏବଂ ଏସଡିପିଓ ଶ୍ରୀ ଦାସ ମିଳିତ ଭାବେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି । ତାଙ୍କର କଲ୍ ରେଡର୍କ ଯାଂଚ କରାଯାଉ । ପୋଲିସକୁ ଆୟୁଧ କରି ଚିଲିକା ବିଧାୟକ ତଥା ବିଜେପିର ଖୋର୍ଦ୍ଧା ପ୍ରାର୍ଥୀ ଶ୍ରୀ ଜଗଦ୍ଦେବଙ୍କୁ ଜୋର ଜବରଦସ୍ତ ଏକ ମିଥ୍ୟା ମକଦ୍ଦମାରେ ଫସେଇ ଦିଆଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here