ଅଭ୍ୟାସଗତ ବୁଥ୍ ଜବରଦଖଲକାରି ବିଜେଡି ଗୁଣ୍ଡାମାନଙ୍କୁ ଗୃହବନ୍ଦୀ କରାଯିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

0
65

ଭୁବନେଶ୍ୱର,୩୦/୦୫/୨୦୨୪: ଚଳିତ ନିର୍ବାଚନ ପାରି ହେବା ପାଇଁ ବିଜେଡି ସରକାରୀ କଳ, ବଳ ଓ କୌଶଳ, ସରକାରୀ କର୍ମଚାରୀ, ମିଶନଶକ୍ତିଙ୍କୁ ଲଗାଇବା ସହ ଟଙ୍କା ବାଂଟିଲେ । ଶେଷରେ ପ୍ରାୟୋଜିତ ପ୍ରେସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାର ଦେବାକୁ ପଡିଲା । ତାପରେ ମଧ୍ୟ ଓଡ଼ିଶାର ଲୋକେ ପରିବର୍ତନ ମୁହାଁ । ବିଜେପିର ବିଜୟ ସୁନିଶ୍ଚିତ ହେବ, ବିଜେଡି ପରାଜୟର ସମ୍ମୁଖୀନ ହେବ । ବିଜେଡି ଗତ ନିର୍ବାଚନମାନଙ୍କରେ ବୁଥ୍ ରିଗିଂ କରିବା, ପୋଲିସ ପ୍ରଶାସନକୁ ଲଗାଇବା ଭଳି ହୀନ କାର୍ଯ୍ୟ କରୁଥିଲେ । ୨୦୧୯ରେ ଯାଜପୁର ଲୋକସଭା ଅନ୍ତର୍ଗତ ସୁକିନ୍ଦା ଓ ଯାଜପୁର ବିଧାନସଭାରେ ବିଜେଡିର ମାଣତିରା ପଂଚାୟତର ଆଗଧାଡିର ବିଜେଡି ଗୁଣ୍ଡା ମନୋଜ ବେହେରା, ମୃତ୍ୟୁଞ୍ଜୟ ବେହେରା, ଜଗବନ୍ଧୁ ବେହେରା, ବଳରାମ ବେହେରା, ମନୋଜ ନାଥ, ଇତିଶ୍ରୀ ନାଥ, ନିଶାକର ବେହେରା, ଶୁବେନ୍ଦୁ ପରିଡା,ଦିଲୀପ ପରିଡା, ଅର୍ଜ୍ଜୁନ ପରିଡା, ଦୁଃଶାସନ ବେହେରା, ଦୁର୍ଯ୍ୟାଧନ ପରିଡା, ଶିବାନନ୍ଦ ପରିଡା, ପ୍ରମୋଦ ବେହେରା, କ୍ରୀଷ୍ଣା ପ୍ରଧାନ, ବୈକୁଣ୍ଠ ସ୍ୱାଇଁ, ଗୁରୁଚରଣ ପ୍ରଧାନ, ଅଞ୍ଜି ପ୍ରଧାନ, ବଳରାମ ପ୍ରଧାନ, ଶନାତନ ପାତ୍ର, ଚନ୍ଦନ ପାତ୍ର, ଯଖପୁରା ପଂଚାୟତର ପ୍ରସନ୍ନଜିତ ନାୟକ, ଅରୁଣ ଜ୍ୟୋତି ସାମଲ, ଖପୁରିଆପଡା ପଂଚାୟତର ବାବୁଲା ଜେନା ପ୍ରମୁଖ ବୁଥ ରିଗିଂ ଓ ଗୁଣ୍ଡାଗିରି କରି ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ଏମୋନେ ଅଭ୍ୟାସଗତ ବୁଥ ଜବର ଦଖଲ କାରୀ । ୨୦୨୪ ସାଧାରଣ ନିର୍ବାଚନରେ ଏମାନଙ୍କ ବିରୋଧରେ ବିଜେପି ଜିଲ୍ଲା ଏସ୍‌ପି ଏବଂ ସ୍ଥାନୀୟ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏନେଇ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ବିଜେପି ପ୍ରତିନିଧିମଣ୍ଡଳୀ । ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏମାନଙ୍କୁ ଗୃହବନ୍ଦୀ ବା ତଡିପାର କରିବା ପାଇଁ ଦାବି କରିଛୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଏହି ଆଶଙ୍କା ଥିବା ବୁଥ୍ ଅଂଚଳମାନଙ୍କରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛନ୍ତି ଶ୍ରୀ ମଲ୍ଲିକ ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here