ବାଲେଶ୍ବର,୩୧/୦୫/୨୦୨୪:ରାତି ପାହିଲେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ, ତା’ପୂର୍ବରୁ କିନ୍ତୁ ଜାରି ରହିଛି ନୋଟ୍ ବଣ୍ଟନର ପର୍ବ । ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ନୋଟ ବଣ୍ଟା ଅଭିଯୋଗ ଆସିଛି । ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ରେମୁଣା ବ୍ଲକ ପରିସର ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଅଭିଯୋଗ ହୋଇଛି । ଏ ସଂପର୍କରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଅଭିଯୋଗ ପରେ ଫ୍ଲାଇଂ ସ୍କ୍ବାଡ୍ ପହଞ୍ଚି ଥିଲା ।ଏହି ସମୟରେ ଘଟଣାସ୍ଥଳରୁ ୩ ଜଣ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ଚମ୍ପଟ ମାରିଥିବା କୁହାଯାଉଛି ।
ତେବେ ଘଟଣାସ୍ଥଳରୁ ଏକ କଳା ପଲିଥିନରୁ ଜବତ ହୋଇଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ । ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତର ନାଁ ବି ଲେଖା ଯାଇଛି। ଜବତ ନୋଟର ପରିମାଣ ମୋଟ୍ ୧ ଲକ୍ଷ ୧୮ ହଜାର ଟଙ୍କା ବୋଲି ସୂଚନା ମିଳିଛି ।