ନୂତନ ବିଧାୟକଙ୍କୁ ପୋଲସରା ତହସିଲଦାର ଓ ବିଡ଼ିଓ ଏବଂ ସମାଜସେବୀ ଶ୍ରୀ ନାୟକଙ୍କ ସ୍ୱାଗତ ସମ୍ବର୍ଦ୍ଧନା

0
69

ପୋଲସରା ୭/୬/୨୪ ନୂତନ ଭାବେ ନିର୍ବାଚିତ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଗୋକୁଳାନନ୍ଦ ମଳିକଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା ଛୁଟିବାରେ ଲାଗିଛି। ଜୁନ ୭ ତାରିଖ ଦିନ ମାସିଂହସିନୀ ପରିଚାଳନା କମିଟିର ବୈଠକରେ ସଭାପତି ତଥା ବିଧାୟକ ଶ୍ରୀ ମଳିକ ଏବଂ ପୋଲସରା ତହସିଲଦାର ଓ ବିଡ଼ିଓ ଯୋଗଦେଇଥିଲେ। ଏହି ଅବସରରେ ପୋଲସରା ତହସିଲଦାର ରୁବି ବେହେରା ଓ ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ମାଁ ସିଂହାସିନୀ ପୀଠରେ ନବ ନିର୍ବାଚିତ ବିଧାୟକ ଗୋକୁଳାନନ୍ଦ ମଳିକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ବାଲିପଦରର ବିଶିଷ୍ଟ ସମାଜସେବୀ ତଥା ଶିଳ୍ପପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ନିର୍ବାଚିତ ବିଧାୟକ ଗୋକୁଳାନନ୍ଦ ମାଲିକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here