ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
55

ବୁଗୁଡ଼ା ୨୩/୦୬/୨୪ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପରେ ରବିବାର ଅପରାହ୍ନ ସମୟରେ ଭାରତୀୟ ମଜଦୁର ସଙ୍ଘ ସହ ଗଣ୍ଠିବନ୍ଧନ ଅଲ ଓଡିଶା ଅଙ୍ଗନୱାଡି ଲେଡିସ ୱାର୍କରସ ଆସୋସିଏସନ, ବୁଗୁଡା ବ୍ଲକ ଶାଖା ପକ୍ଷରୁ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଳକ ଅଙ୍ଗନୱାଡ଼ି ଆସୋସିଏସନ ସଭାନେତ୍ରୀ ବାସନ୍ତୀ କୁମାରୀ ପ୍ରଧାନଙ୍କ ନେତୃତ୍ବରେ ମାନ୍ୟବର ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଗୋକୁଳାନନ୍ଦ ମଳିକଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ସିଡିପିଓ ବବିତା କୁମାରୀ ପଣ୍ଡା, ସମାଜସେବୀ କେ.ନୀଳମାଧବ ଆଚାରୀ, ସନ୍ତୋଷ କୁମାର ଭୋଳ, ବବୁଲ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅଙ୍ଗନୱାଡ଼ି ସଙ୍ଘ ବ୍ଲକ ସମ୍ପାଦିକା ଅନିତା ମିଶ୍ର, ଉପସଭାନେତ୍ରୀ ପ୍ରମୋଦିନୀ ସ୍ୱାଇଁ , ଜିଲ୍ଲା ସଭାନେତ୍ରୀ ରଂଜିତା କିମାରୀ ରଥ, ଜିଲ୍ଲା ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ ସମେତ ବ୍ଳକର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here