ବ୍ରହ୍ମପୁର,୩୦/୦୬/୨୦୨୪:ଚାନ୍ଦପୁର ଗ୍ରାମର ଏକର ୧.୩୫୫ ଡିସିମିଲ ୮୬ ଲକ୍ଷ ଟଙ୍କାର ବହୁ ମୂଲ୍ୟବାନ ଜମି ହଡ଼ପ ପ୍ରସଙ୍ଗ ଘଟଣା ର ଦୀର୍ଘ ୮ ମାସ ପରେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ଓ ବିଭିନ୍ନ ଦାବି ପ୍ରତିବାଦ ପରେ ଗଞ୍ଜାମ ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୧୧୫୭ ତା ୨୦/୦୫/୨୦୨୪ ରିଖରେ ସବ୍ ରେଜିଷ୍ଟ୍ରାର ଙ୍କୁ ତଦନ୍ତ ପାଇଁ ଦାୟିତ୍ବ ପ୍ରଦାନ କରିଛନ୍ତି । କନିଷି ସବ୍ ରେଜିଷ୍ଟ୍ରାର ଆଗରୁ ପ୍ରସ୍ତୁତ ହୋଇଥିବା ସ୍ଵରୁପ ତରବରିଆ ଭାବେ ତା’ପର ଦିନ ଅର୍ଥାତ ଚିଠି ନଂ ୩୨୧ ତା ୨୧.୦୫.୨୦୨୪ ରିଖରେ ଛାପା ଗଣମାଧ୍ୟମରେ ପ୍ରକାଶିତ ଖବର, ଅଭିଯୋଗ କାରୀଙ୍କ ଅଭିଯୋଗ ଓ ଅପରାଧିକ ଷଡ଼ଯନ୍ତ୍ରର ସମସ୍ତ ଗଭୀରତାକୁ ପ୍ରବେଶ ନକରି ଅଭିଯୋଗକାରୀଙ୍କ ଭାଷା ଓ ସ୍ବର ପ୍ରକାରେ ସବୁ ଠିକ୍ ଅଛି ଦର୍ଶାଇ କନିଷି ସବ୍ ରେଜିଷ୍ଟ୍ରାରଙ୍କ ଏକ ନିଜସ୍ୱ ମନଗଢା କାହାଣୀ ଲେଖି ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ କୁ ପ୍ରଦାନ କଲେ, ଯାହାକୁ ଶ୍ରୀ ପାତ୍ର ବିଭିନ୍ନ କାରଣ ଉପସ୍ଥାପନା କରି ଦୃଢ଼ ଭାବେ ଖଣ୍ଡନ କରି ପ୍ରତ୍ୟାଖ୍ୟାନ କଲେ ଓ ଘଟଣାର ସତ୍ୟାସତ୍ୟ ଜାଣିବା ଓ ନିରପେକ୍ଷ ତଦନ୍ତ ନିମନ୍ତେ ସବ୍ ରେଜିଷ୍ଟ୍ରାରଙ୍କ ଠାରୁ ଜଣେ ନିର୍ମଳ ଭାବମୂର୍ତ୍ତି ଥିବା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ବାରା ତଦନ୍ତ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହି ଦାବିର ଗୁରୁତ୍ୱପୂର୍ଣ୍ଣ ଆଧାର କୁ ଦୃଷ୍ଟିରେ ରଖି ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୧୩୮୦ ତା ୨୦.୦୬.୨୦୨୪ ରିଖରେ କନିଷି ତହସିଲଦାରଙ୍କୁ ଏହାର ବିଧିବଦ୍ଧ ତଦନ୍ତ କରି ସମସ୍ତ ଅଭିଯୋଗର ପ୍ରକୃତ ଘଟଣାବଳୀ ପ୍ରଦାନ କରିବା ଅନୁରୋଧ କରିଛନ୍ତି ଓ ପରେ ଘଟଣାବଳୀକୁ ଆଧାର କରି ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦର୍ଶାଇଛନ୍ତି । ଯେହେତୁ କନିଷି ତହସିଲଦାର ଜଣେ ସଚ୍ଚୋଟ, ନିର୍ଭିକ ଓ ନିରପେକ୍ଷ ଓ ମୁଣ୍ଡ ନୁଆଇଁବା ବ୍ୟକ୍ତି ହୋଇଥିବା ନଥିବା ଯୋଗୁଁ ସମସ୍ତ ଅଭିଯୁକ୍ତଙ୍କ ହଡକମ୍ପ ହୋଇଯାଇଛି ଓ ବାହାରୁ ଶୁଣିବାକୁ ମିଳୁଛି ଯେ, ବିଭିନ୍ନ ରାସ୍ତାରେ ଓ ସୂତ୍ରରେ ବ୍ୟକ୍ତିଗତ ଭାବେ ମିଶି ପ୍ରଭାବିତ କରି ତଦନ୍ତ ପ୍ରକିୟାକୁ ବାଟବଣା କରି ଘଟଣାବଳୀକୁ ଯେଣତେଣ ପ୍ରକାରେ ରଫାଦଫ କରି ଆଇନର ଗଳାବାଟ ଦେଇ ସମସ୍ତେ ଖସି ଯିବାକୁ ବସିଛନ୍ତି ଓ ତତ୍ ସହିତ ନୂଆ ସରକାର ଆସିଲା ପରେ ସ୍ଥାନୀୟ ନୁଆ ଏମପି ଓ ବିଧାୟକ ତଥା ମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ମିଶି ବିଭିନ୍ନ ଆଳ ଦେଖାଇ ଓ କଥା କହି ତଦନ୍ତ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ତହସିଲଦାରଙ୍କୁ ଏହିଠାରୁ ଅନ୍ୟତ୍ର ବଦଳି କରିବାକୁ ଅପଚେଷ୍ଟା ଚଳେଇଛନ୍ତି ।
ଏପଟେ ବିଭିନ୍ନ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ, ରମାରାଣି ପାତ୍ରକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆଣି ମୁଁ ଏ ଜମି ବିଷୟରେ କିଛି ଜାଣିନି ଓ ବିଶ୍ବମ୍ବର ପାତ୍ର ନିଜର ପୁତୁରା ହୋଇଥିଲେ ମଧ୍ୟ ମୁଁ ତାକୁ ଚିହ୍ନି ନାହିଁ ବୋଲି କହିବାଟା ଅଭିଯୁକ୍ତ ମାନଙ୍କ ପ୍ରରୋଚନାରେ ବା ଭୟଭୀତ କରି ପ୍ରଭାବିତ କରିବା ଭୂମିକାକୁ ଅଧିକ ମାତ୍ରାରେ ସଂଘଟିତ ଅପରାଧିକ କାର୍ଯ୍ୟକଳାପ ପଟେ ଟାଣି ନେଉଅଛି । ଏପଟେ ଶୁଣିବାକୁ ମିଳୁଛି, ଯେହେତୁ ଜମିଟା ଟିକଲ ସାହୁ ଦୀର୍ଘ ୭୦ ବର୍ଷ ପୂର୍ବରୁ ରମାରାଣୀ ପରିବାରର ଦୁଇ ଜଣ ମହିଳାଙ୍କୁ ବିକ୍ରି କରି ଦେଇଥିବା ହେତୁ ଓ ସେହି ଦୁଇ ଜଣ ମୃତ୍ୟୁବରଣ କରିବା ପରେ ଏହି ରମାରାଣୀ ପାତ୍ର ସମେତ ଆହୁରି ୧୦ ଜଣ ପରିବାରର ୫୦ ରୁ ୬୦ ଜଣ ପର୍ଯ୍ୟନ୍ତ ବ୍ୟକ୍ତିବିଶେଷ ଆଇନ ସମ୍ମତ ଉତ୍ତରାଧିକାରୀ ଭାବେ ଆସୁଥିବାରୁ, ତେଣୁ ଆଗକୁ କେତେ ବର୍ଷ ପରେ ମଧ୍ୟ କଥାଟି ପଦା ପଢିଲେ ଅନ୍ୟ ଉତ୍ତରାଧିକାରୀ ଙ୍କ ଦାବି ମୁତାବକ ଉତ୍ତରାଧିକାରୀଙ୍କ ଆଇନ ସମ୍ମତ ଅପରାଧିକ ଷଡ଼ଯନ୍ତ୍ର ଲଢେଇରେ ଫଶିଯିବା ଭୟରେ ସିଏ ସମ୍ମତି ପ୍ରଦାନ କରୁନାହାନ୍ତି ବା ପ୍ରାପ୍ୟ ଧନ ନେବାକୁ ରୋକ୍ ଠୋକ୍ ମନା କରି ଅନିଚ୍ଛା ପ୍ରକାଶ କରୁଛନ୍ତି।ଏପଟେ ଶୁଣିବାକୁ ମିଳୁଛି ଯେ, ଏହି ୧୦ ଜଣଙ୍କ ଉତ୍ତରାଧିକାରୀ ପରିବାରଙ୍କ ମଧ୍ୟରୁ କିଛି ଗରୀବ ଶ୍ରେଣୀର ପରିବାର ଯେଉଁମାନେ ମୂଠେ ଭାତ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସେମାନେ ବର୍ତ୍ତମାନ ଦାବି କଲେଣି ଯେ, ତାଙ୍କର ଅଜାଣତରେ ଓ ଲୁକ୍କାୟିତ ରେ ବିକ୍ରି ହୋଇଥିବା ସମ୍ପତ୍ତିକୁ ତୁରନ୍ତ ରଦ୍ଦ କରି ପ୍ରତ୍ୟାହୃତ କରାଯାଇ ଆମକୁ ଆମ ସମ୍ପତ୍ତିର ଭାଗ ଦିଆଯାଉ ବୋଲି ଦାବି କରିବା ସହିତ ଏହି ଅବୈଧ ବିକ୍ରି ଓ କାରବାରରେ ସମ୍ପୃକ୍ତି ଥିବା ସମସ୍ତ ଚୋର, ଡକାୟତ ଦଳଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଅପରାଧିକ ମାମଲା ରୁଜୁ କରି ସମସ୍ତ ପ୍ରଯୁଜ୍ୟ ଦଫା ଯୋଡ଼ି ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଛନ୍ତି ।
ଯେହେତୁ, କନିଷି ତହସିଲଦାର ଜଣେ ନ୍ୟାୟିକ, ଆମିକ, ସଚ୍ଚୋଟ ଓ ନିରପେକ୍ଷ ବ୍ୟକ୍ତି ବିଶେଷ ହୋଇଥିବା ଯୋଗୁଁ କୈଣସି ଚାପରେ ପ୍ରଭାବିତ ନହୋଇ ଚକ୍ରାନ୍ତ, ଠକାମୀ, ହଡ଼ପ, ଦଲାଲିର ପ୍ରାମାଣିକ ଆଧାରରେ ଗଭୀରତାକୁ ଯାଇ ନିରପେକ୍ଷ ତଦନ୍ତ କରି ସତ୍ୟ ଉନ୍ମୋଚିତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଗଭୀରତାରୁ ଗଭୀରତାର ଦଣ୍ଡ ସୁପାରିଶ କରି ଦଣ୍ଡ ପାଇଁ ସୁପାରିଶ କରିବା ସହିତ ସମସ୍ତ ପିଡୀତା ପରିବାର ପକ୍ଷଙ୍କୁ ଉଚିତ ଲୋକଲୋଚନକୁ ଗ୍ରହଣୀୟ ନ୍ୟାୟ ପ୍ରଦାନ କରିବେ ବୋଲି ବିଶ୍ୱାସ ଓ ମୁଁ ମଧ୍ୟ ଆହ୍ୱାନ କରୁଛି ଯେ ରମାରାଣି ପାତ୍ର ମୋର ନିଜ ଘର ଓ ବଂଶର ରକ୍ତ ସମ୍ପର୍କିତ ପରିବାର ଓ ଦାଦା ଜୟ ଚନ୍ଦ୍ର ପାତ୍ର ଜଣେ ଉଚ୍ଚ ଶିକ୍ଷିତ ରେଭେନ୍ସା କଲେଜ କଟକ ଓ ବ୍ରହ୍ମପୁର ଖଲିକୋଟ କଲେଜର ଅବସରପ୍ରାପ୍ତ ବାଣିଜ୍ୟ ବିଭାଗର ପ୍ରଫେସର ଥିଲେ ଓ ନିଜ ଗାଁ ଲୋକଙ୍କ ଠକାମିରେ ଫଶିଯାଇ ମୋ ଜମି ମୋ ଜମି ହଡ଼ପ ହୋଇଗଲା ବୋଲି ମାନସିକ ଭାରସାମ୍ୟ ଆସ୍ତେ ଆସ୍ତେ ହରାଇ ଗତ ତିନି ମାସ ତଳେ ଇହଲିଳା ସମ୍ବରଣ କଲେ।ତେଣୁ ମୋର ମଧ୍ୟ ଅଭିଯୋଗ ମନଗଢା ବା କାଳ୍ପନିକ ଓ ଗପ ଉପରେ ଆଧାରିତ ଅଭିଯୋଗ ହୋଇଥାଇ ପାରେ ବୋଲି ଯଦି ତଦନ୍ତ ଅଧିକାରୀ ଉପଲବ୍ଧ କରନ୍ତି, ତେବେ ମୋ ବିରୁଦ୍ଧରେ ମଧ୍ୟ ଅପରାଧିକ ମାମଲା ରୁଜୁ କରି ଜେଲ୍ ହାଜତକୁ ପଠାଇ ଦେଇ ପାରନ୍ତି, ମୁଁ ସବୁ ପ୍ରକାର ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛି ।