ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

0
39

ବ୍ରହ୍ମପୁର,୦୬/୦୭/୨୦୨୪:ବିଜେପି ପକ୍ଷରୁ ଜନସଂଘର ପ୍ରତିଷ୍ଠାତା, ମହାନ ଶିକ୍ଷାବିତ ତଥା ପ୍ରଖର ରାଷ୍ଟ୍ରବାଦୀ ନେତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗୋପାଳପୁର ନିର୍ଵାଚନମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଶ୍ରୀ ଇଶାନେଶ୍ବର ମନ୍ଦିର ପ୍ରାଙ୍ଗଣରେ ମହା ଆଡମ୍ବରରେ ପାଳନ କରାଯାଇଛି । ଏଥିରେ ଗୋଳନ୍ଥରା ମଣ୍ଡଳ ସଭାପତି ସନତ ନହାକ ପରିଚାଳନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ଫଟୋ ଚିତ୍ର ରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମହାନ ନେତାଙ୍କୁ ମନେ ପକାଇବା ସହ ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣୀତ ହେବାକୁ ଶପଥ ନେଇଛନ୍ତି । ସ୍ୱାଧୀନତା ପରଠାରୁ ଭାରତୀୟ ଜାତୀୟତା, ରାଷ୍ଟୀୟ ଏକତା ତଥା ଅଖଣ୍ଡତା ବଜାୟ ରଖିବାରେ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀ ସର୍ବାଗ୍ରେ ବୋଲି ବକ୍ତମାନେ କହିଥିଲେ ।ଅନ୍ୟମାନଙ୍କ ମଧୟରେ ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥି  ବିନୋଦ ଚନ୍ଦ୍ର ମିଶ୍ର , ବିରଷ୍ଟ ନେତା ରଜତ ପଣ୍ଡିତ, ରାଜେଶ ସାହୁ,ଗୌରିଶଙ୍କର ସାମନ୍ତରାୟ , ମଣ୍ଡଳ ସଭାପତି ପ୍ରଦିପକୁମାର ପଟନାୟକ, ଵ୍ରଜମୋହନ ନାହାକ , ଚଣ୍ଡୀଚରଣ ସାହୁ,ପଞ୍ଚୁ ଵେହେରା , ଶୁନିଳ ପାତ୍ର , ଶିବ ପାତ୍ର , ମମତାମଇ ରଣା ଜେ ବିଶ୍ଵନାଥ ,  ପୁରୁଷୋତ୍ତମ ନାୟକ, ଗଣେଶ ପାତ୍ର , ସରପଞ୍ଚ କମଳା ରେଡ୍ଡୀ  ଓ ଶରେସ ନାୟକ , ଗୋଳନ୍ଥରା ସରପଞ୍ଚ ପ୍ରତିନିଧି ଟୁନା ଜେନା ,ସ୍ଵର୍ଣ୍ଣ ଲତା ପାଢ଼ି ,  ବି ନାରାୟଣ ରାଓ ,   ଏମ୍ ସାଗର , ଅଶୋକ ବେହେରା, ରାମାରାଓ,ସନ୍ତୋଷ କୁମାର ପଣ୍ଡା , ମିଟୁ ସାହୁ ,  ଧରମା, ଭୈରବ ରଣା , କେଦାର ମାହାନ୍ତୀ , ରଘୁନାଥ ପାତ୍ର,ସମୀର ପାଣିଗ୍ରାହୀ, ମୋହନ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here