ବାଙ୍ଗାଲୋର ସୋମପୁରା, ସର୍ଯାପୂର୍ ଜଗନ୍ନାଥ ପୀଠରେ ରଥଯାତ୍ରା ପାଳିତ

0
39

ବାଙ୍ଗାଲୋର,୦୮/୦୭/୨୦୨୪:

ଭାବ ବିନୋଦିଆ କାଳିଆ ସାଆନ୍ତ , ବଳଭଦ୍ର ପ୍ରଭୁ ଏବଂ ମାତା ଶୁଭଦ୍ରା ରଥାରୂଢ଼ ହୋଇ ସୋମପୁରା ଶ୍ରୀ ଜଗନ୍ନାଥ ପୀଠରେ ଭକ୍ତ ମାନ ଙ୍କୁ ଦର୍ଶନ ଦେଇଛନ୍ତି । ହଜାର ହଜାର ଭକ୍ତ ଚତୁ୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ ଦେଖି ଭାବ ବିହ୍ବଳ ହୋଇ ଯାଇଥିଲେ। ପହଣ୍ଡି ପୂର୍ବରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଚତୁ୍ଦ୍ଧାମୂର୍ତ୍ତିଙ୍କୁ କୁନି କୁନି ପ୍ରତିଭା ମାନେ ସ୍ବାଗତ କରିଥିଲେ।ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ଟାଣିବାକୁ ହଜାର ହଜାର ଓଡ଼ିଆ ତଥା ଅଣ ଓଡ଼ିଆ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଆରତୀ ପରେ ଭୋଗ ନୈବେଦ୍ୟ ସାରି ପ୍ରଭୁଙ୍କୁ ନିକଟସ୍ଥ ମାଉସୀ ମାଁ ଙ୍କ ଘରକୁ ନିଆଯାଇଥିଲା। ଅନେକ ଭକ୍ତଙ୍କ ସମାଗମରେ ଅସ୍ଥାୟୀ ମନ୍ଦିରର ବେଢ଼ା ବେଶ୍ ଭାବମୟ ହୋଇ ପଡ଼ିଥିଲା। ସନ୍ଧ୍ୟାରେ ଭଜନ କୀର୍ତ୍ତନ କରି ଭକ୍ତ ମାନେ ମହାପ୍ରଭୁଙ୍କ ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ।ଓଡ଼ିଶା ବାହାରେ ଓଡ଼ିଆ ପରମ୍ପରା ଏବଂ ସଂସ୍କୃତିକୁ ବଜାୟ ରଖିବା ପାଇଁ ମନ୍ଦିର ପରିଚାଳନା କମିଟି ଏବଂ ଶ୍ରୀ ଜଗନ୍ନାଥ ପୀଠ, ବାଙ୍ଗାଲୋରର ସମସ୍ତ ସଦସ୍ୟ ମାନଙ୍କ ଉଦ୍ୟମରେ ଏହି ନୂତନ ଜଗନ୍ନାଥ ମନ୍ଦିରର ଭୂମି ଅଧିଗ୍ରହଣ ଏବଂ ମନ୍ଦିର ନିର୍ମାଣ ଯଥାଶୀଘ୍ର ଆରମ୍ଭ ହେବ ବୋଲି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଖୁବ୍ ଉତ୍ସାହ ପ୍ରକାଶ ପାଇଛି ବୋଲି ବାଙ୍ଗାଲୋର ଶ୍ରୀ ଜଗନ୍ନାଥ ପୀଠ ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିଜୟ କୁମାର ପଣ୍ଡା ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here