ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ର ସମୂଦ୍ର ଘୋଡ଼ା ପ୍ରକଳ୍ପ ର ଉଦଘାଟନ

0
32

ବ୍ରହ୍ମପୁର,୦୮/୦୭/୨୦୨୪ :ପବିତ୍ର ରଥ ଯାତ୍ରା ଉପଲକ୍ଷେ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ସମୁଦ୍ର ଘୋଡ଼ା ନାମକ ପ୍ରକଳ୍ପ ଆମ ପ୍ରିୟ ବ୍ରହ୍ମପୁରବାସି ଙ୍କ ପାଇଁ ନେଇ ଆସିଛନ୍ତି। ଯେମିତି ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ସାରା ଭାରତକୁ ପରିବେଶରୁ ପ୍ଲାଷ୍ଟିକର ସଫେଇ ସହ ଲୋକ ମାନଙ୍କୁ ସଚେତନ କରେଇ ଆସିଛି। ବିଗତ ତିନିବର୍ଷ ହେଲା ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରକଳ୍ପ ବନେଇଆସିଛି। ସେହିପରି ଆଜି ମଧ୍ୟ ଏକ ନୂଆ ପ୍ରକଳ୍ପ ସମୂଦ୍ର ଘୋଡ଼ା ଅର୍ଥାତ୍ ଓ୍ବାଟର ସାଇକେଲ ର ବିଜିପୁର ପୋଖିରୀ ରେ ଉଦଘାଟନ କରିଅଛି। ଏହି ପ୍ରକଳ୍ପ ସମୂଦ୍ର ଘୋଡ଼ା ଅର୍ଥାତ୍ ଓ୍ବାଟର ସାଇକେଲ ବନେଇବା ର କାରଣ ଏହା ମାଧ୍ୟମରେ ସମଗ୍ର ପୋଖୋରୀରୁ ଆବର୍ଜନା ବାହାର କରିହେବ। ଏହି ପ୍ରକଳ୍ପ ପରିବେଶ ଅନୁକୂଳ ଏବଂ ନଷ୍ଟ ଦ୍ରବ୍ଯ ରୁ ତିଆରି ହୋଇଛି। ଏହାକୁ ପୋଖୋରୀ ରେ ବ୍ୟବହାର କରିବା ମଧ୍ୟ ସହଜ । ଏହି ପ୍ରକଳ୍ପ ର ଉଦଘାଟନ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ର ଜିଲ୍ଲା ସଂଯୋଜକ ଭାରତ ଗୌରବ ଦାଶ ଙ୍କ ଦ୍ଵାରା କରାଯାଇଥିଲା। ଏଥିରେ ଅନ୍ୟ ସଦସ୍ୟମାନେ ଯଥା ସୁନୀତା, ଶିବାନୀ,ବର୍ଷା, ଅଖିଲ, ମନିଶ୍, ଆଦିତ୍ୟ, କଶିଶ୍, ଯୋଗ ଦେଇ ସୂଚାରୁ ରୁପେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here