ବ୍ରହ୍ମପୁର, ୧୫/୦୭/୨୦୨୪: ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗ ତରଫରୁ ସୋମବାର ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୁପେ ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ପୃଥ୍ୱୀ ରାଜ ସିଂହ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ବିଶ୍ବ ପ୍ଲାଷ୍ଟିକ ସର୍ଜରୀ ଉପରେ ଆଲୋକ ପାତ କରିଥିଲେ। ଏଠାରେ ରୋଗୀଙ୍କୁ ଉତ୍ସାହିତ ପୂର୍ବକ ପୁଷ୍ପ ଗୁଛ ପ୍ରଦାନ ସହ କେକ୍ କଟିଙ୍ଗ କରାଯାଇ ବଣ୍ଟନ କରାଯାଇ ଥିଲା। ସୂଚନା ଅନୁସାରେ ଏହି ବିଭାଗ ୧୯୮୨ ମସିହା ଠାରୁ ରୋଗୀକୁ ଚିକିତ୍ସା ସୁଵିଧା ଯୋଗାଇ ଦେଇ ଆସୁଛି । ଏହି ବିଭାଗରେ ଗ୍ରହଣ ଖଣ୍ଡିଆ, ଜନ୍ମଗତ ତ୍ରୁଟି , କ୍ୟାନ୍ସର, ସହ ଅନ୍ୟାନ୍ୟ ଚିକିତ୍ସା କରାଯାଉଛି।ଏହି କାର୍ଯ୍ୟକ୍ରମରେ ଡ଼ା ତନ୍ମୟ ମହାପାତ୍ର, ଡା ଶିବରାମ କ୍ରୀଷ୍ଣା, ଡ଼ା ଜ୍ୟୋତିରଞ୍ଜନ ପ୍ରଧାନ, ଡ଼ା ପ୍ରେମ କୁମାର୍, ଡ଼ା ଲିପ୍ସା ସ୍ୱାଇଁଙ୍କ ସମେତ ବିଭାଗର ସମସ୍ତ ଡାକ୍ତର ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।