ବ୍ରହ୍ମପୁର,୨୭/୦୭/୨୦୨୪: ବ୍ରହ୍ମପୁର ପୋଲିସ ଜିଲ୍ଲାର ହାବିଲଦାର-କନେଷ୍ଟବଳ ସଂଘ ନିର୍ବାଚନ ର ଫଳାଫଳ ଘୋଷଣା ହୋଇଛି।ଏଥିପାଇଁ ଗତ ଶୁକ୍ରବାର ଅନୁଷ୍ଠିତ ଭୋଟ ହୋଇଥିବା ବେଳେ ଗତକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ ଭୋଟ ଗଣତି ଚାଲିଥିଲା।ଏହି ନିର୍ବାଚନ ରେ ୨ ଟିମ୍ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା।ତେବେ ସଭାପତି ଭାବେ ନିର୍ବାଚିତ ନୟନ ଆଚାର୍ଯ୍ୟ ଏବଂ ତାଙ୍କର ଟିମ୍ କୁ ଏହି ନିର୍ବାଚନ ରେ ଏକ ତରଫା ବିଜୟ ଲାଭ କରିଛନ୍ତି।ସଭାପତି ଭାବେ ଶ୍ରୀ ନୟନ ରଞ୍ଜନ ଆଚାର୍ଯ୍ୟ ବିଜୟ ଲାଭ କରିଛନ୍ତି।ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କାଳୀ ଚରଣ ଷଢ଼ଙ୍ଗି ଙ୍କ ଠାରୁ ୨୯୩ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।ଉପ ସଭାପତି ଭାବେ ଶ୍ରୀ ଶ୍ରୀକାନ୍ତ କୁମାର ପଣ୍ଡା ବିଜୟ ଲାଭ କରିଛନ୍ତି।ସେ ତାଙ୍କର ପ୍ରତିଦ୍ୱନ୍ଦୀ କାହ୍ନା ଡାକୁଆ ଙ୍କ ଠାରୁ ୧୯୬ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେପରି ସମ୍ପାଦକ ଭାବେ ଶ୍ରୀ ପ୍ରଶାନ୍ତ କୁମାର ମହାରଥା ବିଜୟ ଲାଭ କରିଛନ୍ତି।ସେ ତାଙ୍କର ପ୍ରତିଦ୍ୱନ୍ଦୀ କେ.ଶ୍ରୀନିବାସ ପାତ୍ର ଙ୍କ ଠାରୁ ୨୦୨ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।କେସିଅର ଭାବେ ଶ୍ରୀ ଏ. ଶ୍ରୀନିବାସ ପାତ୍ର ବିଜୟ ଲାଭ କରିଛନ୍ତି।ସେ ତାଙ୍କର ପ୍ରତିଦ୍ୱନ୍ଦୀ ମଙ୍ଗୁଲୁ ପାତ୍ର ଙ୍କ ଠାରୁ ୧୮୭ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।ଉପ ସମ୍ପାଦକ-୧ ଭାବେ ଶ୍ରୀ ଘନଶ୍ୟାମ ବେହେରା ଏବଂ ଉପ ସମ୍ପାଦକ-୨ଭାବେ ଶ୍ରୀ କୁନାଲ୍ ମଲ୍ଲିକ ବିଜୟ ଲାଭ କରିଛନ୍ତି।କାର୍ଯ୍ୟ କାରିଣୀ ସଦସ୍ୟ-୧ ଭାବେ ଶ୍ରୀ ସୁନନ୍ଦ ପଣ୍ଡା,କାର୍ଯ୍ୟ କାରିଣୀ ସଦସ୍ୟ-୨ ଭାବେ ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ,କାର୍ଯ୍ୟ କାରିଣୀ ସଦସ୍ୟ- ୩ ଭାବେ ଶ୍ରୀମତୀ ମାମା ମହାନ୍ତି,କାର୍ଯ୍ୟ କାରିଣୀ ସଦସ୍ୟ- ୪ ଭାବେ ଶ୍ରୀ ଉତ୍ସବ ପାଣିଗ୍ରାହୀ,କାର୍ଯ୍ୟ କାରିଣୀ ସଦସ୍ୟ -୫ ଭାବେ ଶ୍ରୀମତୀ ବସୁମତୀ ଭୂୟାଁ ବିଜୟୀ ହୋଇଛନ୍ତି।ଉଲ୍ଲେଖଯୋଗ୍ୟ ଯେ,ଗତ ଶୁକ୍ରବାର ଦିନ ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନ ବିଭିନ୍ନ ଥାନା ସମେତ ଜିଲ୍ଲା ମୁଖ୍ୟାଳୟ ରେ ଆୟୋଜିତ ୧୬ ଟି ମତଦାନ କେନ୍ଦ୍ର ସହ ସମ୍ବଲପୁର ଠାରେ ମଧ୍ୟ ମତଦାନ ହୋଇଥିଲା।ଏଥିରେ ଏହି ପୋଲିସ ଜିଲ୍ଲା ର କାର୍ଯ୍ୟରତ ପୋଲିସ କର୍ମଚାରୀ ତଥା ପ୍ରାୟ ୭୦୦ ଉର୍ଦ୍ଧ୍ବ ହାବିଲଦାର ଓ କନେଷ୍ଟବଳ ଭୋଟ ଦାନ କରିଥିଲେ।ତେବେ ଆଜି ସଂନ୍ଧ୍ୟା ରେ ଏହି ସଂଘର ବିଜୟ ଉତ୍ସବ ପଟୁଆର ଆମ୍ବପୁଆ ସ୍ଥିତ ଅମଳେଶ୍ବର ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି।
Home ବ୍ରହ୍ମପୁର ସ୍ପେଶାଳ ହାବିଲଦାର-କନେଷ୍ଟବଳ ସଂଘ ନିର୍ବାଚନ।ନୟନ ଆଚାର୍ଯ୍ୟ ସଭାପତି, ପ୍ରଶାନ୍ତ କୁମାର ମାରଥା ସଂପାଦକ ଭାବେ ନିର୍ବାଚିତ