ବରିଷ୍ଠ ପୋଲିସ ଅଧିକାରୀ ହେଲେ ନିଲମ୍ବିତ।।ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗ ଥିଲା।।ଦିଲ୍ଲୀରୁ ନୀତି ଆୟୋଗ ବୈଠକରୁ ଫେରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ

0
57

ଭୁବନେଶ୍ୱର,୩୦/୦୭/୨୦୨୪:

ଗତ ଶନିବାର ରାତିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ. ପି. ଏସ) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ମିଳିଥିଲା। ସେ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡି.ଆଇ.ଜି ଭାବରେ କାର୍ଯ୍ୟରତ ଥିଲେ।

ନୀତି ଆୟୋଗର ବୈଠକରେ ଯୋଗ ଦେବା ପରେ ୪ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ବିଶୃଙ୍ଖଳିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

LEAVE A REPLY

Please enter your comment!
Please enter your name here