ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

0
55

ପୋଲସରା ୩୧/୭/୨୪ ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମର ମା ଭରାଣ୍ଡି ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ କବିରାଜ ସାହୁଙ୍କୁ ଜୁଲାଇ ୩୧ ତାରିଖ ଦିନ ବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିରାମ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପି. କ୍ରୀଷ୍ଣା ରାଓ ଦୋରା, ମୁଖ୍ୟ ଅତିଥି ରୂପେ ସରପଞ୍ଚ ସୁନିତା ଜେନା ଯୋଗ ଦେଇ ଥିଲାବେଳେ ଈଶ୍ଵରୀ ପ୍ରସାଦ ମିଶ୍ର, ସମିତି ସଭ୍ୟ ପ୍ରତିନିଧି ସପନ ନାୟକ, ସମାଜସେବୀ ରଘୁନାଥ ପଣ୍ଡା ଓ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ଜେନା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକ କବିରାଜ ସାହୁଙ୍କ ଅବସର ପରବର୍ତ୍ତୀ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କ ଗୁଣ ଗାନ କରି ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ଅନୁଷ୍ଠାନରେ ଯୋଗ ଦେବା ଠାରୁ ଶିକ୍ଷା ଓ ଶିକ୍ଷାୟତନ ସମ୍ବନ୍ଧୀୟ ଅନେକ ଜ୍ଞାନ ଆହରଣ କରିବାରେ ଏହି ବିଦ୍ୟାଳୟ ସହାୟକ ହୋଇଥିବା ପ୍ରକାଶ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ନବୀନ କିଶୋର ସାହୁ ଅତିଥି ପରିଚୟ ଏବଂ ସଦାଶିବ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here