ଚାରି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଧନ୍ୟବାଦ ଅର୍ପଣ ଓ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ।

0
53

ବୁଗୁଡ଼ା ୦୫/୦୮/୨୪ ବିଜେପି ପକ୍ଷରୁ ବୁଗୁଡ଼ା ବ୍ଲକର ଚାରି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଧନ୍ୟବାଦ ଅର୍ପଣ ସଭା ଓ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅଗଷ୍ଟ ୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ପ୍ରଥମେ ବାଲିପଦର ପଞ୍ଚାୟତରେ ପହଞ୍ଚି ଗ୍ରାମରେ ବିଜୟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଗ୍ରାମବାସୀ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ ଜଣାଇଥିବା ବେଳେ ବାଲିପଦର ଗ୍ରାମର ମକର ମିଳନ ପଡ଼ିଆ ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ସେଠାରେ ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ କୁ ଗ୍ରହଣ କରିବା ସହିତ ସେମାନଙ୍କ ସହିତ ଆଲୋଚନା କରି ଅତି ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବାଲିପଦର ବରିଷ୍ଠ ନାଗରିକ ମଞ୍ଚ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଣିକ ସଂଘ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପଗୁଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ କଳମ୍ବ ପଞ୍ଚାୟତର ସଦାଶିବ ଓ ସୁନାକେରା ଗ୍ରାମରେ ମନ୍ତ୍ରୀ ପହଞ୍ଚି ଥିଲେ। ସେଠାରେ ମନ୍ତ୍ରୀ ଙ୍କୁ ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଥିବା ସହିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁନାକେରା ଗ୍ରାମରେ ଥିବା ୧୮୫୭ ମସିହାର ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ଉନ୍ନତି କରଣ ପାଇଁ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍ନ ସମୟରେ ପୋଚାଲୁଣ୍ଡି ପଞ୍ଚାୟତ ଓ ଏ.କରଡାବାଡି ପଞ୍ଚାୟତ ବିଭିନ୍ନ ଗ୍ରାମରେ ଧନ୍ୟବାଦ ଅର୍ପଣ ସଭାରେ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ପଞ୍ଚାୟତ ରେ ସଭାର ଆୟୋଜନ କରି ଜନସାଧାରଣ ଅଭିଯୋଗ ଶୁଣିଥିଲେ। ସେହିପରି ଭାବେ ପୋଚାଲୁଣ୍ଡି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅଭିଯୋଗ ଗ୍ରହଣ କରିଥିଲେ।ପ୍ରତ୍ୟେକ ଗ୍ରାମ ମାନଙ୍କରେ ଗ୍ରାମ ଉନ୍ନୟନ କମିଟି ଗଠନ କରିବାପାଇଁ ମନ୍ତ୍ରୀ କହିଥିବା ବେଳେ ଉକ୍ତ କମିଟି ଦ୍ବାରା ଗ୍ରାମର ସମସ୍ୟା ସହିତ ବିଭିନ୍ନ କାର୍ଯ୍ୟ ନେଇ କମିଟି ସଦସ୍ୟ ମାନଙ୍କ ଜରିଆରେ ସମସ୍ତ କାର୍ଯ୍ୟର ତଦାରଖ କରିବାପାଇଁ ମନ୍ତ୍ରୀ କହିଥିଲେ । ସତ୍ୟାଗ୍ରହ ସମୟରେ ଏ କରଡାବାଡି ଗ୍ରାମକୁ ମହାତ୍ମାଗାନ୍ଧୀ ଆସିଥିବା ବେଳେ ତାହାକୁ ନେଇ ଗ୍ରାମରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୃତି ସ୍ଥାପନା କରିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପ୍ରତ୍ୟେକ ଗ୍ରାମର ରାସ୍ତା ଘାଟ ପାଣି ସମସ୍ୟା ନେଇ ମଧ୍ୟ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here