ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ଓ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
25

ବ୍ରହ୍ମପୁର,୦୪/୦୯/୨୦୨୪:ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା,ୟୁଥ ରେଡ଼ କ୍ରସ ଓ ବାସଭି କ୍ଲବ, ବ୍ରହ୍ମପୁରର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ସାଙ୍ଗକୁ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉଭୟ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ପ୍ରମିଳା ଖାଡଙ୍ଗା ଉଦ୍ଘାଟନ କରିଥିଲେ।ଜାତୀୟ ସେବା ଯୋଜନା ୟୁନିଟ-୧ ର କାର୍ଯ୍ୟକ୍ରମ ଅଧିକାରୀ ଡ.ରବୀନ୍ଦ୍ର କୁମାର ପଣ୍ଡା ୟୁନିଟ-୨ କାର୍ଯ୍ୟକ୍ରମ ଅଧିକାରିଣୀ ଡ.ଶୁଭଶ୍ରୀ ଅପରାଜିତା ୟୁଥ ରେଡ଼ କ୍ରସ ର ସଂଯୋଜକ ଡ.ଚିତ୍ତରଞ୍ଜନ ମହାନ୍ତି ଓ ବାସଭି କ୍ଲବର ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତଦାନ ଶିବିରର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ସେହିପରି ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ମହୋଦୟା ମହିଳାଙ୍କ ସାହସ ଓ ଧୈର୍ଯ୍ୟ ବିଷୟରେ କହିଥିଲା ବେଳେ ବାସଭି କ୍ଲବର ଏ. ସତୀଶ ଓ ପି. ଦୀପ୍ତି ମହିଳାଙ୍କ ଅଧିକାର ଓ ସମାଜ ଗଠନରେ ନାରୀର ଅବଦାନ ସମ୍ପର୍କରେ ଛାତ୍ରଛାତ୍ରଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ.ରୋଶନୀ ସାହୁ ଓ ଡ.ଅନିତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।ରକ୍ତଦାନ ଓ ନାରୀ ସଶକ୍ତିକରଣ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଯୋଗଦାନ କରିଥିବାରୁ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।ରକ୍ତଦାନ ଶିବିରରେ ୩୫ ୟୁନିଟ ରକ୍ତସଂଗ୍ରହ ହୋଇଥିଲା।

LEAVE A REPLY

Please enter your comment!
Please enter your name here