ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପରିବେଶ ଅନୁକୂଳ ଗଣେଷ ପ୍ରତିମା ତିଆରି ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

0
26

ବ୍ରହ୍ମପୁର,୦୪/୦୯/୨୦୨୪:ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ଠାରେ ଆଗାମୀ ଗଣେଷ ପୂଜାକୁ କିପରି ପରିବେଶ ଅନୁକୂଳ ଭାବେ ପାଳନ କରିବେ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ଗଣେଷ ପ୍ରତିମା ପ୍ଲାଷ୍ଟର ଅଫ ପ୍ୟାରିସ, ନଡା, କୃତିମ ରାସାୟନିକ ରଙ୍ଗର ବହୁଳ ବ୍ୟବହାର କରାଯାଉଛି ଯାହା ଦ୍ୱାରା ମୃତ୍ତିକା,ଜଳ ବିସର୍ଜିତ ପରେ ପ୍ରଦୂଷିତ ହେଉଛି, ଯେଉଁ ପ୍ରତିମାକୁ ପୂଜା କରୁଛେ ତାହା ପୂର୍ବ ଅବସ୍ଥାକୁ ନ ଫେରି ଭଗ୍ନ ଅବସ୍ଥାରେ ପଡି ରହୁଛି ଯାହା ଆମର ଧର୍ମୀୟ ଭାବନା କୁ କଷ୍ଟ ମଧ୍ୟ ଦେଉଛି l ସ୍ବେଛାସେବୀ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ପରିବେଶ ଅନୁକୂଳ ଗଣେଷର ବିଶେଷତା ଓ ପ୍ରକୃତି ପାଇଁ ଆବଶ୍ୟକତା ସମ୍ବଦ୍ଧିୟ ଚିତ୍ର ଦେଖାଯାଇଥିଲା ପରେ ଛାତ୍ରଛାତ୍ରୀ ମାନେ ମାଟି ଚକଟି ସେଥିରେ ଝୋଟ ମିଶାଇ ଗଣେଷ ପ୍ରତିମା ଗଢିଲେ ଏବଂ ତା ମଧ୍ୟରେ ସଜନା ମଞ୍ଜି ରୋପଣ ସହ ଧଳା, କଳା ଓ ନାଲି ବିନ୍ଦିରେ ଗଣେଷ ପ୍ରତିମାକୁ ରଙ୍ଗ କରିଲେ l ଆଗାମୀ ଗଣେଷ ପୂଜାରେ ଆଜି ନିର୍ମିତ ପ୍ରତିମା ପୂଜା ହେବ ଓ ବିସର୍ଜନ ଉତ୍ସବରେ ବିଦ୍ୟାଳୟ ପରିସରରେ କୁଣ୍ଡ ମଧ୍ୟରେ ବିର୍ସଜିତ ହେବେ ପରେ କିଛି ଦିନ ଅନ୍ତରାଳରେ ସଜନା ମଞ୍ଜିରୁ ବୀଜ ବାହାରି ଗଛ ରେ ପରିଣତ ହେବ ଏବଂ ବିଦ୍ୟାଳୟ ପରିସରରେ ରୋପଣ କରାଯିବ l
ଆଜିର କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ପଟ୍ଟନାୟକ ପରିଷଦର ସଭାପତି ସାଗର କୁମାର ପାତ୍ର, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ସ୍ବେଛାସେବୀ ନଳିନୀ କାନ୍ତ ପରିଡା,ରବୀନ୍ଦ୍ର ସାହାଣୀ,ଧର୍ମରାଜ ପାତ୍ର, ପୁରୁଷୋତ୍ତମ ସ୍ୱାଇଁ, ସାଗର ପ୍ରସାଦ ପାତ୍ର ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here