ଦୀର୍ଘ ଅଢେଇ ବର୍ଷ ପରେ ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

0
13

ବ୍ରହ୍ମପୁର,୦୮/୦୯/୨୦୨୪: ରଙ୍ଗେଇଲୁଣ୍ଡା ସାଧାରଣ ସମିତି ବୈଠକ ରବିବାର ଦିନ ସଦଭାବନା ସଭାଗୃହରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ସହିତ ଜାତୀୟ ସଙ୍ଗୀତ ସମବେତ ଗାନ କରିଥିଲେ। ବ୍ଲକ ଅଧ୍ୟକ୍ଷା ଚିନି ଉଷାରାଣୀ ପକ୍ଷରୁ ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।ସଭାଗୃହ ର ସାଜସଜ୍ଜା ବଢିଆ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଜନପ୍ରତିନିଧି ମାନେ ପରିଚୟ ପତ୍ର ପିନ୍ଧି ବୈଠକ କୁ ଆସିଥିଲେ। ଅଢେଇ ବର୍ଷ ପରେ ସମିତି ବୈଠକ, ପଞ୍ଚାୟତ ପ୍ରତିନିଧି ମାନେ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ଙ୍କୁ ଚିହ୍ନିଲେ।ସାଧାରଣ ନିର୍ବାଚନ ପରେ ବ୍ଲକର ପ୍ରଥମ ସମିତି ବୈଠକରେ ଯୋଗ ଦେଇଥିବା ସମସ୍ତ ସରପଞ୍ଚ,ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ ମନ୍ତ୍ରୀ। ଅଢେଇ ବର୍ଷ ପରେ ସମିତି ବୈଠକ ହେବା ଅତ୍ୟନ୍ତ ଦୁଃଖ ଦାୟକ। ଏହି ବୈଠକ ପ୍ରତି ଦୁଇମାସରେ ଥରେ ହେବାର ବିଧି ବ୍ୟବସ୍ଥା ରହିଛି ,ତେବେ କ’ଣ କାହିଁକି ହେଉ ନ ଥିଲା ତାହା ପୂର୍ବ ସରକାରଙ୍କୁ ଜଣାଥିବ। ପୂର୍ବ ସରକାର ଯାଇଛି ନୂତନ ସରକାର ଆସିଛି ଏଣିକି ଆଉ ତାହା ଚାଲିବ ନାହିଁ। ଚୁପ୍ ଶାସନ ହଟିଲା ,ଲାଇନ ବିଭାଗର ଅଧିକାରୀ ମାନେ ପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟ କରିବା ଆଗରୁ ଜନପ୍ରତିନିଧି ମାନଙ୍କୁ ଅବଗତ କରାଇବେ ବୋଲି ବୈଠକରେ ଉପସ୍ଥିତ ମନ୍ତ୍ରୀ କହିଥିଲେ।ଏଭଳି ଭାବେ ସମିତି ସଭ୍ୟ,ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଏକାଠି ବସିଲେ ଅଞ୍ଚଳର ଉନ୍ନତି ହେବ। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେବ ଅଞ୍ଚଳର ଉନ୍ନତି ଦିଗରେ ଚିନ୍ତା କରିବା।ତାପରେ ବିଭାଗୀୟ ଅଧିକାରୀ ମାନଙ୍କ ପ୍ରଶ୍ନ ଉତ୍ତର କାର୍ଯକ୍ରମ ଆରମ୍ଭ ହୋଇଥିଲା। ପ୍ରତି ସରପଞ୍ଚ ସମିତି ସଭ୍ୟ ସମସ୍ତ କଥା ପଚାରି ପାରିବେ। ପୂର୍ବ ସରକାର ସମୟରେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିଲା। ଏଣିକି ତାହା କରିବାକୁ ଦେବି ନାହିଁ।ରଙ୍ଗେଇଲୁଣ୍ଡା ବ୍ଲକ କୁ ସରସ ସୁନ୍ଦର କରିବା ସହ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ସରକାରୀ ଯୋଜନାକୁ କିପରି ଅଞ୍ଚଳରେ କାର୍ଯ୍ୟ କରିବା ସେନେଇ ମନ୍ତ୍ରୀ ନିଜର ବକ୍ତବ୍ୟରେ କହିବା ସହ ତଳସ୍ତରରୁ ଉପରସ୍ତରର ଅଧିକାରୀମାନେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ମନ୍ତ୍ରୀ ହୋଇଛି । ଦଳମତ ନିର୍ବିଶେଷରେ ବ୍ଲକ୍ ର ଉନ୍ନତି ପାଇଁ ସମସ୍ତେ ଏକାଠି କାମ କରିବାକୁ ସେ ଆହ୍ୱାନ କରିଥିଲେ। ମୋର ଏହା ନିଜ ବ୍ଲକ ଏଇଟା ମୋର ଦାୟିତ୍ବ ନେବା ପରେ ଯଦି ସାମଗ୍ରିକ ଭାବେ ଉନ୍ନତି ହୋଇପାରିବ ନାହିଁ ଯେତେ ବେଳେ ଦାୟିତ୍ବ ନେଇଥିବା ବ୍ୟକ୍ତିଟି କ୍ରିୟାଶୀଳ ହେବ। ସେହି ବ୍ୟକ୍ତିଟି ଆପଣମାନେ, ଆପଣମାନେ ଚାହିଁଲେ ନିଜ ୱାର୍ଡ଼ ର ଉନ୍ନତି ହେବ ଏହି ଭଳିଆ ମାନସିକତା ବ୍ୟକ୍ତିର ଦରକାର ଅଛି ଆସନ୍ତୁ ବସିବା ମିଳିମିଶି କାମ କରିବା।ଏଣୁ ସମସ୍ତଙ୍କୁ ଧରି କାମକରିବି।ଯେ କୌଣସି ମୁହୂର୍ତ୍ତରେ ଦଳମତ ନିର୍ବିଶେଷରେ ଲୋକମାନେ ଆସିଲେ ତାଙ୍କର କାମ କରିବି । ଆଜିଠୁ ଯେପରି ଦୁଇ ମାସରେ ଥରେ ନିୟମିତ ବୈଠକ ହେବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ଅଧ୍ୟକ୍ଷା ଙ୍କୁ ପରାମର୍ଶ ଦେଇଥିଲେ। ଉଦ୍ୟାନ ବିଭାଗର ଗୃହ ବିନା ଚାଲିଛି ଅଫିସ। ଏଣୁ ତୁରନ୍ତ ଗୃହ ବ୍ୟବସ୍ଥା କରାଯାଇ ଅଫିସ୍ ଖୋଲାଯାଉ ବୋଲି ମନ୍ତ୍ରୀ କହିଛନ୍ତି । ଏଇଠି ସେଇଠି ରହିଲେ ହେବନାହିଁ।ଉଦ୍ୟାନ ବିଭାଗ ଦ୍ଵାରା ଲୋକମାନେ ବହୁତ ଲାଭବାନ ହୋଇ ପାରିବେ। ସମିତି ସଭ୍ୟ ସରପଞ୍ଚ ଜିଲ୍ଲା ପରିଷଦ ମାନଙ୍କୁ ବିଭାଗୀୟ ଅଧିକାରୀ ମିଶିବା ଦରକାର। ଭାବିନିପୁର ଗ୍ରାମର ଡ୍ରେନେଜ୍ ବ୍ୟବସ୍ଥା ନାହିଁ ଯଦ୍ଵରା ବର୍ଷା ପାଣି ସାହି ରେ ଜମୀ ରହି ମଶା ଉପଦ୍ରବ ହେଉଛି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସରପଞ୍ଚ ରଞ୍ଜିତ କୁମାର ସାହୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପରି ଅନେକ ସରପଞ୍ଚ ସମିତି ସଭ୍ୟ ବିଭିନ୍ନ ବିଭାଗର ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବୈଠକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର, କନିସି ତହସିଲଦାର କବିରାଜ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ଜିଲ୍ଲାପରିଷଦ ସଭ୍ୟା ତଅପୋଇ ଦାସ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା, ବ୍ଲକ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ସମସ୍ତ ସରପଞ୍ଚ ସମିତି ସଭ୍ୟ, ସଭ୍ୟା, ଲାଇନ୍ ବିଭାଗର ସମସ୍ତ କର୍ମଚାରୀ ଆସିଥିଲେ। କ୍ଷୁଦ୍ର ଜଳସେଚନ ବିଭାଗ, ଜଳସେଚନ ବିଭାଗ ର କୌଣସି କର୍ମଚାରୀ ଆସିନଥିଲେ ଏଥିରେ ବିରକ୍ତି ପ୍ରକାଶ କରିଥିଲେ ମନ୍ତ୍ରୀ। ଏଣିକି ସମସ୍ତ ବିଭାଗର କର୍ମଚାରୀ ମାନେ ଆସିବାକୁ ବାଧ୍ୟ କରିଥିଲେ। ବୈଠକକୁ ନଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନ ଆସିବା କର୍ମଚାରୀଙ୍କୁ ତୁରନ୍ତ ଚିଠି ଲେଖିବା ପାଇଁ ବିଡ଼ିଓ ଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here