ମହାମାୟୀ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗରେ ନବାଗତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0
15

ବ୍ରହ୍ମପୁର,୧୧/୦୯/୨୦୨୪: ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଏକ ସ୍ଵାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ। ଡ. ନିବେଦିତା ମହାପାତ୍ର ଙ୍କ ଅନୁମତି କ୍ରମେ ନବାଗତ +୩ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇ ଥିଲା। ଏଥି ରେ ବିଭାଗୀୟ ମୁଖ୍ୟା ଡଃ ଅମିତା କୁମାରୀ ପଣ୍ଡା ପୌରହିତ କରିଥିବା ବେଳେ ଅଧ୍ୟାପିକା ଡ. ସ୍ୱର୍ଣ୍ଣଲତା ପଟ୍ଟନାୟକ, ସବିତା ବାରିକ, ଡେମନ ଷ୍ଟେଟର ପ୍ରିୟ ଦର୍ଶନୀ ମେକାପ, ଅନିତା ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ଉପହାର ଏବଂ ପୁଷ୍ପ ଦେଇ ସ୍ଵାଗତ କରାଯାଇଥିଲା । +୩ ପ୍ରଥମବର୍ଷର ସମସ୍ତ ଛାତ୍ରୀ ସହ ତୃତୀୟ ଏବଂ ଦ୍ଵିତୀୟ ବର୍ଷର ଛାତ୍ରୀମାନେ ଉପସ୍ଥିତ ରହି ଏହି ସଭାକୁ ସାଫଲ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here