ଚୋର ର ଆକ୍ରମଣ ର ଶୀକାର ହେଲେ ଦମ୍ପତି

0
18

ବ୍ରହ୍ମପୁର,୧୧/୦୯/୨୦୨୪:ଆଜି ଭୋର ସମୟରେ ବଡ ବଜାର ଥାନା ଅନ୍ତର୍ଗତ ଗୌଡ ସାହିରେ ଜଣେ ସୁନା ବ୍ୟବସାୟ ଙ୍କୁ ମାରଣାତ୍ମକ ଆକ୍ରମଣ ହୋଇଛି।ଆକ୍ରମଣ ର ଶିକାର ହେଉଛନ୍ତି ସତୀଶ କୁମାର ସୁବୁଦ୍ଧି।ଜଣେ ଦୁବୁର୍ତ୍ତ ଚୋରି କରିବା ଉଦ୍ଦେଶ୍ୟରେ ଆସି ଆକ୍ରମଣ କରିଥିବା ସଂନ୍ଧେହ କରାଯାଉଛି।ଆଜି ସକାଳ ଭୋର ଠିକ ୩ ଟା ରୁ ୪ ସମୟରେ ଜଣେ ଚୋର ସତୀଶଙ୍କ ଘରର ଛାତ ଉପରକୁ ଯାଇ ଘରର ଲୁହା ଗ୍ରିଲ କାଟି ଘର ଭିତରକୁ ପଶିବା ବେଳେ ସତୀଶ ଏବଂ ସ୍ତ୍ରୀ ଙ୍କ ନିଦ ଭାଙ୍ଗି ଯାଇଥିଲା। ସେତେବେଳେ ସତୀଶ କିଏ କିଏ ବୋଲି ପାଟି କରିବାରୁ ଦୁବୁର୍ତ୍ତ ଜଣକ ସତୀଶ ଙ୍କୁ ଆକ୍ରମଣ କରିଥିଲା ।ଏହା ଦେଖି ତାଙ୍କର ସ୍ତ୍ରୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଦୁବୁର୍ତ୍ତ ଜଣକ ସେଠାରୁ ଚମ୍ପଟ ମାରିଥିଲା।ଉଭୟ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ କେ ସି ଜି ବଡ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here