ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳ ସଂପଦ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
13

ବ୍ରହ୍ମପୁର,୧୧/୦୯/୨୦୨୪:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘର, ସରକାରୀ କାର୍ଯ୍ୟାଳୟ ସମେତ ଭଞ୍ଜନଗର ଓ ବ୍ରହ୍ମପୁର ତୁଳସୀ ନଗର ସ୍ଥିତ ୪ମହଲା କୋଠା ସମେତ ମୋଟ୍ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।ଚଢ଼ାଉ ବେଳେ ଗୋଟିଏ ୯ ହଜାର ବର୍ଗଫୁଟ ପରିମିତ ୪ ମହଲା ତଥା ପ୍ରସାଦ ସଦୃଶ୍ୟ କୋଠା,ଯାହାର ଆନୁମାନିକ ମୂଲ୍ୟ ଅଢେ଼ଇ କୋଟି ଟଙ୍କା ସମେତ ବହୁ ମୂଲ୍ୟବାନ କୋଠା, ୬ ଗୋଟି ମହଲା, ଦୁଇଟି ୩ମହଲା ବିଶିଷ୍ଟ କୋଠା,ଦୁଇଟି ଦୁଇ ମହଲା ବିଶିଷ୍ଟ କୋଠା,୫ଟି ମୂଲ୍ୟବାନ ପ୍ଳଟ ଠାବ ହୋଇଛି।ଏହା ସହ ସାଢେ଼ ୧୧ ଲକ୍ଷ ଟଙ୍କା ର ବ୍ୟାଙ୍କ ଜମା,ବୀମା ଜମା ଏବଂ ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ୍ ହୋଇଥିବା ଜଣାପଡିଛି।ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ହେତୁ ଆୟ ବହିର୍ଭୁତ ସମ୍ପତି ତାଲିକା ଆହୁରି ବଢ଼ିପାରେ।ଭିଜିଲାନ୍ସ ସ୍ବତନ୍ତ୍ର ଜର୍ଜ ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ୭ଜଣ ଡିଏସପି ୫ଇନ୍ସପେକ୍ଟର, ଏ ଏସ ଆଇ ସମେତ କର୍ମଚାରୀ ଏହି ଚଢ଼ାଉ ରେ ସାମିଲ ହୋଇଥିଲେ।ଉଲ୍ଲେଖଯୋଗ୍ୟ ଯେ, ସହକାରୀ ଯନ୍ତ୍ରୀ ଶ୍ରୀ ସ୍ବାଇଁ ୨୦୦୩ ରେ ସରକାରୀ ଚାକିରୀ ରେ ନିଯୁକ୍ତି ପାଇଥିବା ବେଳେ ସେ ୨୦୧୦ ରୁ ଆଜି ପର୍ଯ୍ୟନ୍ତ ୧୪ ବର୍ଷ ଧରି ଭଞ୍ଜନଗର ସ୍ଥିତ ଜଳ ସଂପଦ ଡିଭିଜନ ରେ କାର୍ଯ୍ୟରତ ଥିଲେ।

LEAVE A REPLY

Please enter your comment!
Please enter your name here