“ସୁଭଦ୍ରା” ଯୋଜନା ବିଷୟରେ ସଚେତନତା କାର୍ଯ୍ୟକ୍ରମ

0
15

ପୋଲସରା , ୧୨/୯/୨୪ ଓଡ଼ିଶାର ବିଜେପି ସରକାର ମହିଳାମାନଙ୍କ ବିକାଶକୁ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ସରକାରଙ୍କ ଲକ୍ଷ୍ୟ ରହିଛି। ସୁଭଦ୍ରା ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେପରି ଜଣେ ମଧ୍ୟ ଯୋଗ୍ୟ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଅଙ୍ଗନୱାଡି କର୍ମୀ, ବ୍ଲକ ସ୍ତରରେ ସିଆରପି ଓ ସହରାଞ୍ଚଳରେ ସ୍ୱଚ୍ଛସାଥୀ ଓ ସୁପ୍ରଭାଇଜର ବୃନ୍ଦଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ଗଞ୍ଜାମ ଜିଲ୍ଲା ପୋଲସରା ଏନ୍.ଏ.ସିର କାର୍ଯ୍ୟରତ ସମସ୍ତ ସ୍ବଛସାଥି , ସ୍ବଛ ସୁପରଭାଇଜର୍ ଓ ଅଙ୍ଗନବାଡ଼ି କର୍ମୀମାନେ ନିଜ ଅଞ୍ଚଳର ମହିଳାମାନଙ୍କ ଘରକୁ ଘର ଯାଇ “ସୁଭଦ୍ରା” ଯୋଜନାର ବିଷୟରେ ପ୍ରଚାର ପତ୍ର ଦେଇ ସଚେତନତା ସୃଷ୍ଟି କରୁଛନ୍ତି । ଏହି ଯୋଜନାରେ ଦୁଇଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ହିସାବରେ ୫ ବର୍ଷରେ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବା ସୁନିଶ୍ଚିତ କରାଉଛନ୍ତି। ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ପ୍ରକାରେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବା ପାଇଁ ସମୟ ସୀମାର ଅବଧି ନାହିଁ । ନିଜର ସୁବିଧା ସୁଯୋଗ ଦେଖି ସୁଭଦ୍ରା ଯୋଜନା ଫର୍ମ ନିର୍ଭୁଲ ଭାବେ ପୁରଣ କରି ଯେକୌଣସି ସମୟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ପୋଲସରା ଏନ୍.ଏ.ସିର ୧୯ ଗୋଟି ଓ୍ବାଡର କାର୍ଯ୍ୟରତ ସୁପରଭାଇଜର୍ ଜେ. ଅର୍ପର୍ଣ୍ଣା ଆଚାରୀ , ସ୍ବଛସାଥି ବୃନ୍ଦ ବବିତା ବେହେରା , ଗୀତାଞ୍ଜଳୀ ପ୍ରଧାନ ,ମିନତୀ ଜେନା, ରଶ୍ମିତା ରାଉତ, ରୁନୁ ସାହୁ, ରିତାଞ୍ଜଳୀ ସାହୁ , ନମିତା ସାହୁ , ପ୍ରମିଳା ପତି ଓ ଲଭଲି ମଲ୍ଲିକ ଏବଂ ଅଙ୍ଗନୱାଡ଼ି କର୍ମୀ କାନନବାଳା ତ୍ରିପାଠୀ ସମେତ ସମସ୍ତ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ଯାଇ ସୁଭଦ୍ରା ଯୋଜନା ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି।

LEAVE A REPLY

Please enter your comment!
Please enter your name here