ପୁରୁଣା ପେନସନ ଲାଗି ଦିଲ୍ଲୀରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ। ମହାସଙ୍ଘ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ୩ ଜଣ ପ୍ରତିନିଧି ଯୋଗଦାନ

0
11

ନୂଆଦିଲ୍ଲୀ,୧୫/୦୯/୨୦୨୪ : ସାରା ଭାରତ ବର୍ଷରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଦାବି ପୁରୁଣା ପେନସନକୁ ସାକାର କରିବା ନେଇ ରାଷ୍ଟ୍ରୀୟ ପୁରୁଣା ପେନସନ ଅଭିଯାନ ସଂଗଠନ ନୂଆଦିଲ୍ଲୀ ସ୍ଥିତ ସୁରଜିତ ଭବନ ଠାରେ କେନ୍ଦ୍ରୀୟ ଏକଜ୍ୟୁଟିଭ ବୈଠକ ଅନୁଷ୍ଠିତ ହୋଇଯାଇଅଛି ଏଥିରେ ସମସ୍ତ ରାଜ୍ୟ ର ନେତୃତ୍ୱ ମାନେ କେନ୍ଦ୍ର ସରକାର ଘୋଷଣା କରିଥିବା ୟୁନିଫାଏଡ ପେନସନ ସ୍କିମ କୁ ବିରୋଧ କରି ଦେଶର ଏକ କୋଟି ଶିକ୍ଷକ ଏବଂ କର୍ମଚାରୀ ପୁରୁଣା ପେନସନ ଲାଗୁକରିବା ନିମନ୍ତେ କେନ୍ଦ୍ରସରକାର ଙ୍କୁ ଜଣାଇଥିଲେ।ବୈଠକରେ ରାଜ୍ୟ ସ୍ତରୀୟ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ପୂର୍ଣ୍ଣାଙ୍ଗ ଖସଡ଼ା ପ୍ରସ୍ତୃତ କରାଯିବା ସହ, ଆଗାମୀ ଦିନରେ ସାରା ଭାରତ ବର୍ଷର କର୍ମଚାରୀଙ୍କୁ ଦିଲ୍ଲୀ ଚାଲ୍ଲୋ ନାରା ନେଇ ଏକ ବିଶାଳ ରାଲି କରାଯିବା ଉପରେ ଗୁରୁତ୍ୱପୁର୍ଣ ନିଷ୍ପତି ଗ୍ରହଣ କରିବା ପାଇଁ ଡ଼ିସେମ୍ବର ୧୫ ତାରିଖରେ ନୂଆଦିଲ୍ଲୀ ଠାରେ ଏକ ସମ୍ମିଳନୀ କରିବାକୁ ନିଷ୍ପତି ଗ୍ରହଣ କରାଯାଇଅଛି, ଓଡିଶା ରାଜ୍ୟରୁ ରାଜ୍ୟ ଏନ ଏମ ଓପିଏସ କମିଟି ସଭାପତି ଶ୍ରୀ ବିଜୟ ମଲ୍ଲ ଙ୍କ ନେତୃତ୍ୱରେ ତିନିଜଣିଆ ରାଜ୍ୟ କମିଟି ଉପସଭାପତି ବଂକିମ ଚନ୍ଦ୍ର ସାଗର, ଉପସଭାପତି ପ୍ରିୟବ୍ରତ ନାୟକ ବୈଠକରେ ଯୋଗଦାନ କରିଥିଲେ, ବୈଠକ ଶେଷରେ ଭାରତର ପେନସନ ମ୍ୟାନ ଶ୍ରୀ ବିଜୟ ବନ୍ଧୁ ସାରା ଭାରତ ବର୍ଷର ଅଗଣିତ ସରକାରୀ କର୍ମଚାରୀଙ୍କ ପାଇଁ ମିଡ଼ିଆ ମାଧ୍ୟମରେ ଏକ ସଚେତନତା ବାର୍ତା ପ୍ରଦାନ କରିବା ସହ ବହୁ ସଂଖ୍ୟାରେ ସଂଗଠନ ସହ ଯୋଡିହେବାକୁ ଅନୁରୋଧ କରିଥିଲେ

LEAVE A REPLY

Please enter your comment!
Please enter your name here