ପୂର୍ବତନ ଏନସିସି ଛାତ୍ରୀ ସରିତା ବୈଠାରୁ ସମ୍ବର୍ଦ୍ଧିତ

0
7

ପୋଲସରା , ୧୮/୯/୨୪ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଏନସିସି ଛାତ୍ରୀ ସରିତା ବୈଠାରୁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସରେ ନିଯୁକ୍ତି ପାଇବାର ସୈାଭାଗ୍ୟ ଲାଭ କରିଥିବାରୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କାରାଯାଇଛି। କଲେଜର ପ୍ରିନ୍ସପାଲ ରବିନ୍ଦ୍ର ନାଥ ପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେଏନସିସି ଅଫିସର ଲେଫନାଣ୍ଟ ବିନତା କୁମାରୀ ଦାସ, ରିଡର ରୁଦ୍ର ପ୍ରସାଦ ଗୌଡ଼, ଅଧ୍ୟାପକ ଡକ୍ଟର ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ସରିତା ବୈଠାରୁଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। । ଏଥିସହ ଜେୟୁଓ ଜ୍ୟୋତିର୍ମୟୀ ଜେନା ଟିଏସସି କ୍ୟାମ୍ପରେ ସଫଳତା ହାସଲ କରିଥିବା ଯୋଗୁଁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସରିତା ବୈଠାରୁଙ୍କ ସଫଳତା ଏନସିସି ଛାତ୍ରୀ ଓ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଏକ ଉଦାହରଣ ହୋଇ ରହିବ।

LEAVE A REPLY

Please enter your comment!
Please enter your name here