“ସେବାପକ୍ଷ” ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
4

ବ୍ରହ୍ମପୁର, ୧୯/୦୯/୨୦୨୪ : ୧୭ ସେପ୍ଟେମ୍ୱର ଦିନ ବିଶ୍ୱର ସର୍ବୋଚ୍ଚ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୭ ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ୧୫ ଦିନ ଧରି “ସେବାପକ୍ଷ” ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବଙ୍କ ସଂଯୋଜନାରେ ଏକ “ପ୍ରସ୍ତୁତି ବୈଠକ” ସ୍ଥାନୀୟ ଗିରି ରୋଡ଼ ସ୍ଥିତ ପାଢ଼ୀ ସେଲିବ୍ରେସନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ‘ସେବା ହିଁ ପରମ ଧର୍ମ’ କୁ ଚରିତାର୍ଥ କରିବାକୁ ଯାଇ ସମାଜର ଗରିବ, ଶୋଷିତ, ବଞ୍ଚିତ ବର୍ଗର ଉତ୍‌ଥାନ ନିମନ୍ତେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ହେଉଅଛି । କୃଷକ କଲ୍ୟାଣକୁ ପ୍ରାଥମିକତା ଦେବା ସହିତ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୋଦୀ ସରକାରଙ୍କ ଦ୍ବାରା ଅନେକ ଗୁଡିଏ ଐତିହାସିକ ପଦକ୍ଷେପ ନିଆଯାଉଛି । ସମସ୍ତ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥି ନିମନ୍ତେ କୋଟି କୋଟି ପ୍ରଶଂସା ଏବଂ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶାନୁସାରେ ଏହି “ସେବାପକ୍ଷ”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ସହ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଏବଂ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ଧରି ବିଭିନ୍ନ ପ୍ରକାର ସେବା କାର୍ଯ୍ୟକ୍ରମ ଏବଂ ଗତିବିଧି ଆୟୋଜିତ ହେବ । ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ସମାଜ ଜୀବନର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବ ମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ, ଉଦ୍ଦେଶ୍ୟ ଏବଂ ଦେଶ ପ୍ରଗତିରେ ତାଙ୍କର ଯୋଗ ଦାନ ବିଷୟରେ ପ୍ରକାଶ କରିବା । ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ସ୍ତରରେ ବିଭିନ୍ନ ସାମାଜିକ ସଂଗଠନ, ବ୍ଲଡ଼ ବ୍ୟାଙ୍କ, ଭାରତୀୟ ରେଡ଼କ୍ରସ୍ ସୋସାଇଟି ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସମନ୍ୱୟରେ “ରକ୍ତଦାନ ଶିବିର” । କୃଷକ ମୋର୍ଚ୍ଚା ପକ୍ଷରୁ ଶକ୍ତି କେନ୍ଦ୍ର ସ୍ତରରେ ବନ ବିଭାଗ ଏବଂ ପର୍ଯ୍ୟାବରଣ ମନ୍ତ୍ରଣାଳୟର ସମନ୍ୱୟରେ ବିଶାଳ ବୃକ୍ଷରୋପଣ ଅଭିଯାନ ସହ “ମା’ ପାଇଁ ଗଛଟିଏ” ଅଭିଯାନ ଜାରି ରହିବ । ଓବିସି ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଜଳାଶୟ, ପୁଷ୍କରିଣୀ, ବିଦ୍ୟାଳୟ ଏବଂ ଡ଼ାକ୍ତରଖାନା ପରିସରରେ “ସ୍ୱଚ୍ଛତା ଅଭିଯାନ” ଆୟୋଜନ । ଆଇନ୍ ପ୍ରକୋଷ୍ଠ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀକ ଜୀବନରେ ତାଙ୍କର ପ୍ରଶାସନିକ କୌଶଳର ବିଶ୍ଳେଷଣ । ୨୩ ସେପ୍ଟେମ୍ବରରେ “ଆୟୁଷ୍ମାନ ଭାରତ ଯୋଜନାର” ଶୁଭାରମ୍ଭ ଦିନ ଚିକିତ୍ସା ପ୍ରକୋଷ୍ଠ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ୬୦ ବର୍ଷରୁ ଉର୍ଦ୍ଧ ମହିଳାଙ୍କ ପାଇଁ ନିଶୁଳ୍କ “ସ୍ୱାସ୍ଥ୍ୟ ଶିବିର” ଆୟୋଜନ । ମହିଳା ମୋର୍ଚ୍ଚା ପକ୍ଷରୁ ବିଧାନସଭା ସ୍ତରରେ କଳା, ଚିତ୍ରାଙ୍କନ ଏବଂ ରୋଙ୍ଗଲି ପ୍ରତିଯୋଗିତା, ବୋୖଦ୍ଧିକ ଓ ପ୍ରବନ୍ଧ ପ୍ରତିଯୋଗିତା, ସାହିତ୍ୟ-କଳା ପ୍ରତିଯୋଗିତା, ଗ୍ରାଫିକ୍ସ ଡ଼ିଜାଇନ୍ ଏବଂ ଆତ୍ମନିର୍ଭର ଭାରତ ପ୍ରତିଯୋଗିତା, ବିକଶିତ ଭାରତ ୨୦୪୭ ଏବଂ “ଗୋ ଭୋକାଲ୍ ଫର୍ ଲୋକାଲ୍” ପ୍ରସଙ୍ଗ ଉପରେ ଆଧାରିତ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା । ୨୫ ସେପ୍ଟେମ୍ବର ଦିନ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ସହ ତାଙ୍କ ଜୀବନୀ ଓ ଯୋଗ ଦାନ ବିଷୟରେ ସ୍ମୃତିଚାରଣ ସଭା । ଦଳୀୟ କାର୍ଯ୍ୟକର୍ତ୍ତା ମାନେ ପ୍ରତ୍ୟକ ବୁଥରେ ଘରକୁ ଘର ସମ୍ପର୍କ ଅଭିଯାନରେ ଯାଇ ଅତି କମରେ ୧୦୦ ସଦସ୍ୟ କରିବା । ଅକ୍ଟୋବର ୨ ତାରିଖରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନ ସହ ପୁଷ୍ପାଞ୍ଜଳି ଅର୍ପଣ କରିବା । ଖଦୀ ଏବଂ ଗ୍ରାମ୍ୟଦ୍ୟୋଗକୁ ପ୍ରୋତ୍ସାହନ କରିବା ପାଇଁ ପ୍ରତ୍ୟକ ପରିବାରକୁ ଏହି ଦିନରେ ଅତି କମରେ ଖଦୀ ତିଆରି ବସ୍ତ୍ର କିଣିବା ପାଇଁ ପ୍ରୟାସ କରିବା ଆଦି ବିଭିନ୍ନ ସେବା ଏବଂ ଗତିବିଧି ଉପରେ ଆଲୋଚନା ହେଇଥିଲା । ଆଜିର ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ “ସେବାପକ୍ଷ” ସଦସ୍ୟ ଡ଼ା ଅମୁଲ୍ୟ ଚୋୖଧୁରୀ,ଗଞ୍ଜାମ ଜିଲ୍ଲା “ସେବାପକ୍ଷ” ପ୍ରମୁଖ ଗୋୖରୀ ଶଙ୍କର ସାମନ୍ତରା,ଜିଲ୍ଲା ସହ ପ୍ରମୁଖ ଅଜିତ ପ୍ରଧାନ,ବ୍ରହ୍ମପୁର ମହାନଗର “ସେବାପକ୍ଷ” ପ୍ରମୁଖ ରତ୍ନଗର୍ଭା ସରସ୍ଵତୀ ଦେବୀ,ବ୍ରହ୍ମପୁର ବିଧାନସଭା ସଦସ୍ୟତା ପ୍ରଭାରୀ ବନମାଳୀ ସେଠୀ, ଆସ୍କା , ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ବରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଏସ୍.ଶ୍ରୀନିବାସ,ଜିଲ୍ଲା ସମ୍ପାଦିକା ନିବେଦିତା ପାଢ଼ୀ, ଏସ୍.ରାଣୀ,କୁଞ୍ଜବିହାରୀ ପଣ୍ଡା,ପ୍ରଦୀପ ପଟ୍ଟନାୟକ,ସରୋଜ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଧର୍ମରାଜ ପାଣିଗ୍ରାହୀ,ରବିନ୍ଦ୍ର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ବି.ସୋମନାଥ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବର୍ଷା ବିଦ୍ୟୁସ୍ମିତା,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଉଷାରାଣୀ ମହାପାତ୍ର,ମମତାମୟୀ ରଣା,ମଧୁସ୍ମିତା ଠାକୁର,ସ୍ମିତାଲି ସ୍ନିଗ୍ଧା ପାତ୍ର,ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ,ଏ.ବାବୁଲା ପାତ୍ର,ଚିନ୍ମୟାନନ୍ଦ ପଟ୍ଟନାୟକ,ଆନନ୍ଦ ମହାଙ୍କୁଡ଼,କମଲ୍ ପାତ୍ର,ଶକ୍ତି ପଟ୍ଟନାୟକ,ସୁମିତ ପାତ୍ର,ଦେବୁନ ପଟ୍ଟନାୟକ,ମନୋଜ ମହାରଣା,ଅମର ସାହୁ,ରାଜ କୁମାର ପାତ୍ର,ଶିରିଡ଼ି ବିକ୍ରମ,କୃଷ୍ଣ ପଲେଇ,ଶ୍ରୀନିବାସ ମଣ୍ଡଳ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here