ଗଞ୍ଜାମ ଜିଲ୍ଲାରେ ନିପୁଣ ଓଡିଶାର ଶୁଭାରମ୍ଭ

0
4

ଛତ୍ରପୁର ,୨୦/୦୯/୨୦୨୪: ଛତ୍ରପୁର ଜିଲ୍ଲାପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ବୁଧବାର ଦିନ ନିପୁଣ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ମାନେ ଉପସ୍ଥିତ ରହି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପରିଡା, ଅତିରିକ୍ତ ଶିକ୍ଷା ଅଧିକାରୀ, ୨୨ଗୋଟି ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ, ସି.ଆର୍.ସି.ସି. ଶିକ୍ଷକ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ନିପୁଣ ଓଡିଶା ଲୋଗୋ ଉନ୍ମୋଚନ କରାଗଲା । ପିଲା ମାନଙ୍କ ମଧ୍ୟରେ ଭାଷା ଓ ଗଣିତ କ୍ଷେତ୍ରରେ ସର୍ବ ନିମ୍ନ ଦକ୍ଷତା ଗୁଡିକୁ ସୁନିଶ୍ଚିତ କରିବା ଓ ଅଭିଭାବକ, ଗୋଷ୍ଠୀ ସଦସ୍ୟଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର କାର୍ଯ୍ୟକାରିତା ସହିତ ଯୋଡିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ଯ ।
ନିପୁଣ ଓଡିଶା ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବୀତ କରିବା ଲକ୍ଷ୍ୟ ନେଇ ଜିଲ୍ଲାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକରେ ନିର୍ଦ୍ଧାରିତ ଶିକ୍ଷଣ କାର୍ଯ୍ୟକ୍ରମକୁ ୧୭ ସେପ୍ଟେମ୍ବର ରୁ ୫ ଅକ୍ଟୋବର ମଧ୍ୟରେ ଶେଷ କରିବାକୁ ସ୍ଥିର କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here