ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
12

ବ୍ରହ୍ମପୁର,୨୨/୦୯/୨୦୨୪:
ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୪୩ ଟି ଶକ୍ତି କେନ୍ଦ୍ରର ପ୍ରମୁଖ ମାନଙ୍କୁ ନେଇ ଏକ ବୈଠକ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା।ବୁଥ ପିଛା ଶହେ ଜଣଙ୍କ ସଦସ୍ୟତା କରିବା ପାଇଁ ଇସ୍ପାତ ଓ ଖଣି ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କର୍ମୀ ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ସେହିପରି କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ମଣ୍ଡଳ ବିଜେପି ର ବୁଥ୍ ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ନେଇ ଲୋଚାପଡ଼ା ଗ୍ରାମରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀର ୨୧୩ ବୁଥ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପିର ବୁଥ ପ୍ରମୁଖ ଙ୍କ ନେତୃତ୍ବ ବୈଠକ କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି I ୨୧୩ ଟି ବୁଥ ସ୍ତରରେ ଥୂବା ଶତାଧିକ ମହିଳା ଓ ପୁରୁଷ ଅନୁଷ୍ଠାନିକ ଭାବେ ଯୋଗଦେଇ ରାଜ୍ୟରେ ଥିବା ବିଜେପି ନେତୃତ୍ବାଧିନ ସରକାରର ଜନହିତକର ଯୋଜନା ସମ୍ପର୍କିତ ଯୋଜନା ଗୁଡିକ ଉପରେ ସଚେତନ‌ତା ହୋଇଥିଲେ ଏବଂ ଉପସ୍ଥିତ ଲୋକେ ସଦସ୍ୟ ପଦ ଆପଣାଇଥିଲେ । ଏଥିରେ  ଲୋଚାପଡା ସରପଞ୍ଚ ଏଲ.ମୋହନ ଦାସ, ଯୋଗଦେଇ ମହିଳା ମାନଙ୍କ ନିମନ୍ତେ ସରକାରଙ୍କ ସୁଭଦ୍ରା ଯୋଜନା ସଂମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।ଆସନ୍ତା କାଲି ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିବସ ଉପଲକ୍ଷେ ସେବା ସପ୍ତାହ ଅବସରରେ  ଭାରତୀୟ ଜନତା ପାର୍ଟି ନେତୃତ୍ୱ ରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ  ଗୋଳନ୍ଥରା ସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯିବ । ପ୍ରତ୍ୟେକ ପଂଚାୟତ ରୁ ବାୟସାଧିକ ମହିଳା ପୁରୁଷ ମାନଙ୍କୁ ମାଗଣା ଔଷଧ ବଣ୍ଟନ ସହ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଆସନ୍ତା ୨୫ତାରିଖ ସୁଦ୍ଧା ସଦସ୍ୟତା ଶହେ ରୁ ଉର୍ଦ୍ଧ ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ। ଏଥିରେ  ଗୋପାଳପୁର ପ୍ରଭାରୀ ପୀତବାସ ପଣ୍ଡା, ସରୋଜ ସାବତ, ଗଙ୍ଗାଧର ଶତପଥି, ରଜତ ପଣ୍ଡିତ, ଗୌରୀ ସାମନ୍ତରା,ସନତ ନାହାକ, ଗଙ୍ଗା ପାତ୍ର,ଶତାଧିକ କର୍ମୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here