ଗଞ୍ଜାମ ଜିଲ୍ଲା ରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ

0
7

ବ୍ରହ୍ମପୁର,୨୭/୦୯/୨୦୨୪:ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଗଞ୍ଜାମ ଜିଲ୍ଲା ରେ ପାଳିତ ହୋଇଛି । ଚଳିତ ବର୍ଷ ବିଶ୍ବ ପର୍ଯ୍ୟଟନ ଦିବସ ର ବିଷୟବସ୍ତୁ “ପର୍ଯ୍ୟଟନ ଓ ଶାନ୍ତି” ଉପରେ ଆଧାରିତ ଥିଲା । ଏହି ଉପଲକ୍ଷେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ବ୍ରହ୍ମପୁର
ଦ୍ବାରା ପ୍ରତିଯୋଗୀତା ର ଆୟୋଜନ କରଯାଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଭି ଭି ଗିରି ବାଳିକା ସ୍କୁଲ ରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସ୍କୁଲ ସ୍ତରୀୟ ପ୍ରତିଯୋଗୀତା ରେ ମୋଟ ୩୭ ଓ କଲେଜ ସ୍ତରରେ ମୋଟ ୫୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ | ସ୍କୁଲ ସ୍ତରୀୟ ପ୍ରତିଯୋଗୀତା ରେ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ କ୍ୟାମ୍ପସ ବ୍ରହ୍ମପୁର ର ଶ୍ରୀ ରବି ଶଙ୍କର ପାଢୀ ପ୍ରଥମ ସ୍ଥାନ, ଶ୍ରୀ ପ୍ରଜ୍ଞାନ ପ୍ରଭଞ୍ଜନ ପୃଷ୍ଟି ଦ୍ୱିତୀୟ ସ୍ଥାନ ଓ ସହିଦ ଲକ୍ଷ୍ମଣ ନାୟକ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶ୍ରୀ ଚନ୍ଦ୍ର ଶେଖର ଶତପଥୀ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିଭଳି କଲେଜ ସ୍ତର ରେ ରୋଲାଣ୍ଡ ଫାର୍ମାସିଟିକ୍ସାଲ ସାଇନ୍ସ କଲେଜ ର ସୁଶ୍ରୀ ଅଦିତି ସାହୁ ପ୍ରଥମ ସ୍ଥାନ, ସୁଶ୍ରୀ ସ୍ନେହାସିଷ ସାହୁ ଦ୍ୱିତୀୟ ସ୍ଥାନ ଓ ସୁଶ୍ରୀ ସୌମ୍ୟା ରାନୀ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିସହିତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ତରଫରୁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ନରେନ୍ଦ୍ର ପ୍ରଧାନ, ଓ ଏ ଏସ, ଡେପୁଟି କମିଶନର, ବିଇଏମସି, ବ୍ରହ୍ମପୁର ତଥା ଭରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଡଃ ରତିକାନ୍ତ ପଟ୍ଟନାୟକ, ପ୍ରାକ୍ତନ ସହକାରୀ ନିର୍ଦେଶକ, ପର୍ଯ୍ୟଟନ ବିଭାଗ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସନାତନ ନାୟକ, ଶ୍ରୀ ସୁରେନ୍ଦ୍ର ଲିମା, ଓ ଶ୍ରୀ ଗଗନ କୁମାର ସାହୁ, ପ୍ରାକ୍ତନ ସହକାରୀ ନିର୍ଦେଶକ, ପର୍ଯ୍ୟଟନ ବିଭାଗ ଓ ଶ୍ରୀମତୀ ଚାନ୍ଦିନୀ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ, ଭି ଭି ଗିରି ବାଳିକା ପ୍ରଶିକ୍ଷଣ ବିଦ୍ୟାଳୟ, ବ୍ରହ୍ମପୁର ଆମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପର୍ଯ୍ୟଟନ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ସହ ସୁଶ୍ରୀ ତନୁଜା ଦାସ ପରିଚାଳନା କରିଥିଲେ ଓ ଶ୍ରୀ ପ୍ଳାବନ ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here