ଚାଚା ନେହେରୁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି- ୨୦୨୪ ଅନୁଷ୍ଠିତ

0
6

ବ୍ରହ୍ମପୁର,୨୮/୦୯/୨୦୨୪: ସ୍ଥାନୀୟ ଚାଚା ନେହେରୁ କ୍ଲଷ୍ଟର ଅନ୍ତର୍ଗତ ଚାଚା ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ରହ୍ମପୁରରେ ସୁରଭି କାର୍ଯ୍ୟକ୍ରମ ଚାଚା ନେହେରୁ କ୍ଲଷ୍ଟରର ସାଧନ କର୍ମୀ ଶ୍ରୀଯୁକ୍ତ ବାଙ୍କ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ବେହେରା, ମୁଖ୍ୟ ବକ୍ତା ଶ୍ରୀ ରାଜେଶ କୁମାର ତାରିଣୀ ସଭାପତି ମହାନଗର ଶିକ୍ଷକ ସଙ୍ଘ,ସମ୍ମାନିତ ଅତିଥି ରୂପେ ଶ୍ରୀ ଭୋପେନ କୁମାର ମହନ୍ତ ପ୍ରଧାନ ଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ,ଶ୍ରୀ ପନ୍ନାଙ୍ଗ ଭୂଷଣ ମାଝୀ ପ୍ରଧାନ ଶିକ୍ଷକ ସିଟି ଉଚ୍ଚ ବିଦ୍ୟାଳୟ,ଶ୍ରୀ ଅବନୀ କୁମାର ପାଢ଼ୀ ସମ୍ପାଦକ।ପ୍ରାଥମିକ ଶିକ୍ଷକ ସଙ୍ଘ ମହାନଗର,ସଭାପତି ଚାଚା ନେହେରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜେଶ୍ୱରୀ ଦାଶ ,ସିଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ପନ୍ନାଙ୍ଗ ଭୂଷଣ ,ମହାବିଦ୍ୟାଳୟ ର ସମସ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂନିମନ୍ତ୍ରିତ ଅତିଥିବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଚାଚା ନେହେରୁ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳର ଛାତ୍ରଛାତ୍ରୀମାନେ ନିଜସ୍ବ ଅନ୍ତର୍ନିହିତ କଳା ଓ ପ୍ରତିଭାକୁ ପ୍ରସ୍ଫୁଟିତ କରିଥିଲେ, ମାନ୍ୟ ଗଣ୍ୟ ଅତିଥିଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା l, ଉକ୍ତ କାର୍ଯ୍ୟକ୍ରମରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ଭାବେ ସହଯୋଗ କରିଥିଲେ ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ଶେଷରେ ଶିକ୍ଷକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ବେହେରା ଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here