ନିଷ୍ଟ ବିଶ୍ଵବିଦ୍ୟାଳୟ ରେ ଶୁଖିଲା ବର୍ଜ୍ୟବସ୍ତୁ ର ପୁନଃଚକ୍ରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
14

ବ୍ରହ୍ମପୁର, ୨୯/୦୯/୨୦୨୪:ସହର ଉପକଣ୍ଠ ପାଲୁର ହିଲ୍ ନିକଟସ୍ଥ ନିଷ୍ଟ ବିଶ୍ଵବିଦ୍ୟାଳୟ ରେ ଶୁଖିଲା ବର୍ଜ୍ୟ ବସ୍ତୁ ର ପୁନଃଚକ୍ରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଭୁବନେଶ୍ୱର ସ୍ଥିତ “ପେପର୍ ସାଇକଲ ଡ଼ଟ୍ ଇନ୍” ର ସହ ପ୍ରତିଷ୍ଠାତା ଶ୍ରୀଯୁକ୍ତ ନିଲେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ଜ୍ୟ ବସ୍ତୁ ଓ ଏହାର ପ୍ରକୃତି ଉପରେ ପଡ଼ୁଥିବା କୁ ପ୍ରଭାବ ବିଷୟରେ ଉପସ୍ଥିତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ଶୁଖିଲା ବର୍ଜ୍ୟ ବସ୍ତୁ ଓ ଓଦା ବର୍ଜ୍ୟ ବସ୍ତୁ ପାଇଁ କୁ ଅଲଗା ଅଲଗା ଡଷ୍ଟବିନ୍ ବ୍ୟବହାର ପାଇଁ ପରାମର୍ଶ ଦେଇ ଥିଲେ l ସଭାରେ ମୁଖ୍ୟ ବକ୍ତା ଭାବେ,ବିଶ୍ଵବିଦ୍ୟାଳୟ ର ସଭପତି ଡ ସୁକାନ୍ତ ମହାପାତ୍ର ଯୋଗ ଦାନ କରିଥିଲେ l ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ପ୍ରଦୁଷଣ ର ଭୟାବହତା ଏଵଂ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ଆହ୍ୱାନ ଦେଇ ଥିଲେ l ବିଶ୍ଵବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ପ୍ରଫେସର ପି ରାଜେଶ କୁମାର କେନ୍ଦ୍ର ସରକାର ଙ୍କ ସ୍ବଚ୍ଛ ଭାରତ ମିଶନ୍ କୁ ଆମ ବିଶ୍ଵ ବିଦ୍ୟାଳୟର ରେ ସଫଳ କରାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ସୂଚନା ଦେଇଥିଲେ, ଏଥି ସହ ଏହି ମିଶନ କୁ ସଫଳ କରାଇବା ପାଇଁ ସମସ୍ତ ଙ୍କ ସହଯୋଗ ର ଆବଶ୍ୟକତା ରହିଛି ବୋଲି ଜଣାଇ ଥିଲେ l ଅନ୍ୟ ଅଥିତି ମାନଙ୍କ ମଧ୍ୟରେ ବିଶ୍ଵ ବିଦ୍ୟାଳୟର ଭାର ପ୍ରାପ୍ତ କୁଳସଚିବ ଡ ବିଷ୍ଣୁକର ନାୟକ ଏକ ସ୍ବଚ୍ଛ ପରିବେଶ ପାଇଁ ପିଲାମାନଙ୍କୁ ଆଜି ଠାରୁ ଏଇଠି ଶପଥ ନେଇ କାମ ଆରମ୍ଭ କରି ବାକୁ ପରାମର୍ଶ ଦେଇଥିଲେ l ସର୍ବଶେଷ ରେ ବିଶ୍ଵବିଦ୍ୟାଳୟ ର ପ୍ରଶାସନିକ ମୁଖ୍ୟ ଇଂ ସୁଲେମାନ ଅଲ୍ଲୀ ତାଙ୍କ ଅଭଭାଷଣରେ ସଭାପତି ଙ୍କ ଆଗ୍ରହ ଓ ଉଦ୍ୟମ ବଳରେ ବିଶ୍ଵ ବିଦ୍ୟାଳୟର ପରିସର ହୋଇଥିବା ପରିବେଶ ସୋନ୍ଦର୍ଯ୍ୟକରଣ କାର୍ଯ୍ଯ ର ସୂଚନା ଦେଇଥିଲେ l ଏହା ସହ  ବିଶ୍ଵବିଦ୍ୟାଳୟ ମଧ୍ୟରେ ସ୍ବଚ୍ଛ ପରିବେଶ ପାଇଁ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଥିତି ମାନଙ୍କୁ ଶପଥ ପାଠ କରାଇଥିଲେ l ସଭା ର ସଂଯୋଜକ ଡଃ ରତିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରି ସଭାସାଂଗ କରାଇଥିଲେ l ବି ଟେକ ଦ୍ୱିତୀୟ ବର୍ଷ ର ଛାତ୍ରୀ ଅଭିପ୍ପା ଦାସ ଓ ଛାତ୍ର  ଅସ୍ମିତ୍ରା ଅର୍ପିତ ସାମନ୍ତରାୟ ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେl ଏକ ଶହ ରୁ ଉର୍ଦ୍ଧ ଛାତ୍ର ଓ ଛାତ୍ରୀ ମାନଙ୍କ ସହ କାମାକ୍ଷି ବ୍ରହ୍ମା, ଡ ସୁଶାନ୍ତ କୁମାର ସାହୁ, ପିତାମ୍ବର ସାହୁ, ପ୍ରଫେସର ଆଶିଷ ଦାସ, ପ୍ରଫେସର୍ ସିମାଞ୍ଚଳ ପାଣିଗ୍ରାହି, ଡ ସୁବ୍ରତ କୁମାର ଭୂୟାଁ ଇତ୍ୟାଦି ଯୋଗ ଦେଇ ସଭା କୁ ସଫଳ କରାଇଥିଲେ l ପରିଶେଷ ରେ “ପେପର୍ ସାଇକଲ ଡଟ୍ ଇନ୍” କମ୍ପାନୀ  “ନିଷ୍ଟ୍ ବିଶ୍ଵବିଦ୍ୟାଳୟ”  ମଧ୍ୟରେ ଏକ ଏମଓୟୁ ଚୁକ୍ତି ହେଇଥିଲା ଯାହା ଦ୍ଵାରା କଂପାନୀ ବିଶ୍ଵବିଦ୍ୟାଳୟ ର ସମସ୍ତ ଶୁଖିଲା ବର୍ଜ୍ୟବସ୍ତୁ କୁ ସଂଗ୍ରହ କରି ଏହାର ସୁପରିଚାଳନା ପାଇଁ ଉତ୍ତରଦାୟୀ ରହିବ I

LEAVE A REPLY

Please enter your comment!
Please enter your name here