ସିଂହାସନୀ ପୀଠ ସମେତ ପୋଲସରା ଅଞ୍ଚଳରରେ ନବରାତ୍ର ପୂଜା ଅନୁଷ୍ଠିତ

0
5

ପୋଲସରା , ୦୬/୯/୨୪ : ପୋଲସରା ସହର ଠାରୁ ୨୭ କିମି ଦୂରରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା ସିଂହାସନୀ ମନ୍ଦିରରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ନଅ ଦିନ ବ୍ୟାପି ମାଙ୍କ ପୀଠରେ ରୀତି ନୀତି ଅନୁଯାୟୀ ପୂଜା ପାଠ ହେବ। ସେହିପରି ପୋଲସରାର ଦକ୍ଷିଣ କାଳୀ ମନ୍ଦିର , ଗାୟତ୍ରୀ ପୀଠ ଓ ସତ୍ୟସାଇ ସେବା ସମିତି ପକ୍ଷରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। ପୋଲସରା ଅଞ୍ଚଳର ପ୍ରାଣଦେଇପୁର ଶାସନ, ଜେମାଦେଇପୁର ଶାସନ, ଚନ୍ଦ୍ରମାଦେଇପୁର ଶାସନ, ଚଣ୍ଡୀରାମ ଚନ୍ଦ୍ରପୁର ଶାସନ, ବୀର ରଘୁନାଥପୁର ଶାସନ, କୃଷ୍ଣଦାଶପୁର ଶାସ , ମୁକ୍ତାମାଳାଦେଇପୁର ଶାସନ, ମଧୁସୂଦନପୁର ଶାସନ, ଲୁଣିଘାଟି ଶାସନ ପ୍ରଭୃତି ବ୍ରାହ୍ମଣ ଶାସନରେ ଥିବା ମନ୍ଦିର ସମେତ ଅନ୍ୟ ଠାକୁରାଣୀ ମନ୍ଦିର ଗୁଡ଼ିକରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଅଛି।

LEAVE A REPLY

Please enter your comment!
Please enter your name here