ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ

0
3

ବ୍ରହ୍ମପୁର,୦୬/୧୦/୨୦୨୪:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।୧୭ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଶୃଙ୍ଖଳା କମିଟର ତଦନ୍ତ ପରେ ୧୭ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ସପ୍ତାହ ମଧ୍ୟରେ ୪ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଦିଆଯିବା ସହ ୧୩ ଜଣଙ୍କୁ ଜରିମାନା ସହ ଅଣ୍ଡରଟେକିଂ ଲେଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଗତ ୨୧ ତାରିଖରେ ନୂତନ ଛାତ୍ରାବାସରେ ରାଗିଂ ନେଇ ଅଭିଯୋଗ ହୋଇଥିଲା। ପ୍ରଥମ ବର୍ଷର ଛାତ୍ରଙ୍କୁ ମାନସିକ ନିର୍ଯାତନା ସହ ରାଗିଂ ଅଭିଯୋଗ ହୋଇଥିଲା।ଉଲ୍ଲେଖଯୋଗ୍ୟ ଯେ,ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ପ୍ରଥମବର୍ଷ ଛାତ୍ରଙ୍କୁ ସିନିୟର୍ ଦ୍ଵିତୀୟ ବର୍ଷର ଛାତ୍ର ମାନେ ରାତ୍ର ତମାମ ମାନସିକ ନିର୍ଯାତନା ଦେଇ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ନୂତନ ଛାତ୍ରବାସରେ ରହୁଥିବା ବିଦ୍ୟାର୍ଥୀଙ୍କୁ ସିନିୟର୍ ମାନେ ହଷ୍ଟେଲ ପରିସରରେ ପଶି ରାତ୍ର ତମାମ ଗୀତ ଗାଇବାକୁ ବାଧ୍ୟ କରିଥିଲେ । ଏହାପରେ ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନେ ଏନେଇ ନିଜର ନାମକୁ ଗୋପନ ରଖି ୟୁଜିସିର ଆଣ୍ଟି ରାଙ୍ଗି ସେଲକୁ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ମିଳିଥିଲା । ଏନେଇ ୟୁଜିସି ପକ୍ଷରୁ ଗତ ୨୨ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲା।

LEAVE A REPLY

Please enter your comment!
Please enter your name here