ଯୁବ ରେଡକ୍ରସ ଓ ରେଡ ରିବନ କ୍ଳବ ପକ୍ଷରୁ ଏଡସ ସଚେତନତା କାର୍ଯ୍ୟକ୍ରମ

0
12

ବୁଗୁଡା , ୦୮/୯/୨୬ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଯୁବ ରେଡକ୍ରସ ଓ ରେଡ ରିବନ କ୍ଳବ ପକ୍ଷରୁ ଅକ୍ଟୋବର ୭ ତାରିଖ ଦିନ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସର ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏଡସ ସଚେତନତା କାର୍ଯ୍ୟକ୍ରମକୁ କଲେଜର ଇନଚାର୍ଜ ପ୍ରିନ୍ସପାଲ ଅକ୍ଷୟ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ସଚେତନତା କାର୍ଯ୍ୟକ୍ରମରେ ବୁଗୁଡାର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆୟୁଷ ଡାକ୍ତର ହିମାଂଶୁ ଶେଖର ପଣ୍ଡା , ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଏଚ.ଆଇ.ଭି. କାଉନସିଲ ରଶ୍ମିରେଖା ରାଉତ ଓ କଲେଜର ଆଇକିୟୁଏସି ସହ ସଂଯୋଜକ ଅଧ୍ୟାପକ ଡକ୍ଟର ବିନୋଦ କୁମାର କର ଯୋଗଦେଇ ଏଡସର କାରଣ, ଭୟାବହ ଓ ସଚେତନ ବିଷୟରେ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ସଚେତନତା କରାଇଥିଲେ। ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ। ସଚେତନତା ରହିଲେ ଏଡସ ସଂକ୍ରମଣ ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ବୋଲି ମତ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here