ବ୍ରହ୍ମାକୁମାରୀସ୍, ବ୍ରହ୍ମପୁର ସବ୍ ଜୋନ ମୁଖ୍ୟ ସଞ୍ଚାଳିକା ମଞ୍ଜୁ ଦିଦିଜୀଙ୍କ ଅବ୍ୟକ୍ତ ପରଲୋକ

0
4

ବ୍ରହ୍ମପୁର, ୧୬/୧୦/୨୦୨୪:ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟର ବ୍ରହ୍ମପୁର ସବଜୋନ ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଜୀଙ୍କ ଆଜି ବୁଧବାର ଅମୃତବେଳା ପ୍ରାତଃ ଘ୩.୫୦ମି. ସମୟରେ ୮୦ ବର୍ଷ ବୟସରେ ଅବ୍ୟକ୍ତ ଆରୋହଣ ଘଟିଛି । କିଛିଦିନ ଧରି ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେତୁ ତାଙ୍କୁ ଏମ୍.କେ.ସି.ଜି. ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେ ଜଣେ ସୁସଂସ୍କୃତ ସମ୍ପନ୍ନା, ମିଷ୍ଟଭାଷିଣୀ, ବାଗ୍ମୀ, ଜ୍ଞାନୀ ତଥା ଅସାଧାରଣ ଧୀଶକ୍ତି ସମ୍ପନ୍ନା ମହିଳା ଥିଲେ । ସେ ରାଜଯୋଗ ସାଧନାରେ ସିଦ୍ଧହସ୍ତା ଥିଲେ । ତାଙ୍କରି ଈଶ୍ବରୀୟ ଆଧ୍ୟାତ୍ମିକ ଜ୍ଞାନର ପରାକାଷ୍ଠା ସର୍ବଜନ ବିଦିତ । ନିଜ ଓଜସ୍ବିନୀ ଭାଷଣ ମାଧ୍ୟମରେ ଜନସାଧାରଣଙ୍କୁ ଦୀର୍ଘ ସମୟ ଧରି ସେ ମନ୍ତ୍ରମୁଗ୍ଧ କରି ରଖୁଥିଲେ । ସେ ଜଣେ ସୁଲେଖତ୍କା ମଧ୍ୟ ଥିଲେ । ସମାଜରେ ପ୍ରଚଳିତ ଭିନ୍ନ-ଭିନ୍ନ ପ୍ରଥା, ପରମ୍ପରା ଏବଂ ପର୍ବପର୍ବାଣୀ ମାନଙ୍କର ଅନ୍ତର୍ନିହିତ ଆଧ୍ୟାତ୍ମିକତାକୁ ପରିସ୍ଫୁଟ କରାଇବାରେ ତାଙ୍କ ଲେଖନୀ ସର୍ବଦା ଚଳଚଞ୍ଚଳ ଥିଲା । ବର୍ତ୍ତମାନର ଦୁଖ, ଅଶାନ୍ତି, ବ୍ୟସ୍ତବହୁଳ ଏବଂ ସମସ୍ୟା ଜର୍ଜରିତ ମାନବ ସମାଜ ପ୍ରତି ଦୟା, କରୁଣା ଭାବ ଅବର୍ଣ୍ଣନୀୟ। ସେ ବିଭିନ୍ନ ଧାର୍ମିକ, ସାମାଜିକ ଏବଂ ଶୈକ୍ଷଣିକ ଅନୁଷ୍ଠାନ ମାନଙ୍କର ନିମନ୍ତ୍ରଣ କ୍ରମେ ସେଠାରେ ଉପସ୍ଥିତ ରହି ଆଲୋଚ୍ୟ ବିଷୟ ସମ୍ପର୍କରେ ସୁବିସ୍ତୃତ ମାର୍ଗଦର୍ଶନ କରାଉଥିଲେ । ସଂସ୍ଥାର ଅନ୍ତରାଷ୍ଟ୍ରୀୟ ମୁଖ୍ୟାଳୟ, ମାଉଣ୍ଟଆବୁରେ ମଧ୍ୟ ବିଭିନ୍ନ ଆଧ୍ୟାତ୍ମିକ ସଭା ଏବଂ ସମ୍ମିଳନୀରେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରୁଥିଲେ । ତାଙ୍କରିି ଅବର୍ତ୍ତମାନରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ସମସ୍ତ ଆଞ୍ଚଳିକ, ଜିଲ୍ଲାସ୍ତରୀୟ, ପ୍ରାଦେଶିକ କାର୍ଯ୍ୟାଳୟରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।ଉତ୍ତର ପ୍ରଦେଶର ମିରଟ ସହରରେ ୧୯୪୫ ମସିହା ମାର୍ଚ୍ଚ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ମଞ୍ଜୁ ଦିଦିଜୀଙ୍କର ଗୁରୁକୁଳ ପରମ୍ପରା ଅନୁସାରେ ପ୍ରାଥମିକ, ମାଧ୍ୟମିକ ଶିକ୍ଷା ଏବଂ ତତପଶ୍ଚାତ୍ ଉଚ୍ଚଶିକ୍ଷା ସମ୍ପନ୍ନ ହୋଇଥିଲା । ସେ ୧୯୬୨ ମସିହାରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟର ସମ୍ପର୍କରେ ଆସି ଏହାର ଆଧ୍ୟାତ୍ମିକ ଜ୍ଞାନ ଏବଂ ରାଜଯୋଗ ସାଧନ ପ୍ରଣାଳୀରେ ଅନୁପ୍ରାଣୀତ ହୋଇଥିଲେ । ୧୯୬୭ ମସିହାରେ ଦିଲ୍ଲୀ ସହରର କମଳାନଗର ସେବାକେନ୍ଦ୍ରରେ ନିଜ ଜୀବନକୁ ସମର୍ପଣ କରିଥିଲେ । ତତ୍ପରେ ୧୯୬୯ ମସିହାରେ ମାଉଣ୍ଟଆବୁରେ ବିଶେଷ ସେବା ପ୍ରଦାନ କରିଥିଲେ । ଭାରତ ବର୍ଷର ଆନ୍ଧ୍ରପ୍ରଦେଶ, ହରିୟାନା, କର୍ଣ୍ଣାଟକ, ମହାରାଷ୍ଟ୍ର ଆଦି ସହରରେ ବିଭିନ୍ନ ପର୍ଯ୍ୟାୟରେ ସେ ଈଶ୍ବରୀୟ ସେବାରେ ମଗ୍ନ ରହି ଓଡ଼ିଶାର କଟକ ପରେ ୧୯୮୬ ମସିହାରୁ ବ୍ରହ୍ମପୁର ଶାନ୍ତିକୁଣ୍ଡରେ ଅବିରତ ଈଶ୍ବରୀୟ ସେବା ପ୍ରଦାନ କରିଥିଲେ ।
ଏପରି ମହାନୁଭବ ସମ୍ପନ୍ନାଙ୍କର ଆସନ୍ତାକାଲି ପର୍ଯ୍ୟନ୍ତ ଅଖଣ୍ଡ ଯୋଗଭଟ୍ଟୀ ରଖାଯାଇଛି । ଉକ୍ତ ଦିନ ପୂର୍ବାହ୍ନ ୧୦ ଘଣ୍ଟ ସମୟରେ ଶାନ୍ତିକୁଣ୍ଡରୁ ଏକ ବାଇକ୍ ଶୋଭାଯାତ୍ରା ରେ ରାମଚନ୍ଦ୍ରପୁର ସ୍ଥିତ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ନିଆଯିବ ଯେଉଁଠାରେ ମଧ୍ୟାହ୍ନ ୧୨ ଘଟିକା ସମୟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ତାଙ୍କର ଲୌକିକ ପରିବାରବର୍ଗ, ସେବାକେନ୍ଦ୍ର ମାନଙ୍କର ସଂଚାଳିକା ତଥା ସହରର ବୁଦ୍ଧିଜୀବୀଗଣ ଏବଂ ବ୍ରହ୍ମାକୁମାର, ବ୍ରହ୍ମାକୁମାରୀମାନଙ୍କ ସୁଅ ଛୁଟିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here