ଛତ୍ରପୁର ରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଧୂମଧାମ ରେ ପାଳିତ

0
4

ଛତ୍ରପୁର, ୧୬/୧୦/୨୦୨୪: ବିଦାୟ ନେଇଛନ୍ତି ମା ଜଗତ ଜନନୀ ଦୁର୍ଗା l ଧରାବତରଣ କରିଛନ୍ତି ମା ଗଜ ଲକ୍ଷ୍ମୀ l ମା ଗଜଲକ୍ଷ୍ମଙ୍କ ଆଗମନରେ ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀ l ଆଉ ସେଥିରୁ ବାଦ ପଡିନି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର l ଛତ୍ରପୁର ସହର ଲୋଏର ବସଷ୍ଟାଣ୍ଡ ରେ ଥିବା ଲକ୍ଷ୍ମୀ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ବେଶ ଧୁମ ଧାମ ରେ ପାଳନ କରାଯାଇଛି l ସୁନ୍ଦର ତୋରଣ ସହିତ ଆଲୋକ ମାଳା ରେ ପୂଜା ମଣ୍ଡପ ଗୁଡିକୁ ସୁସଜ୍ଜିତ କରାଯାଇଛି l ଦୀର୍ଘ ୨ ୪ ବର୍ଷ ଧରି ଏଠାରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଧୁମ ଧାମ ରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମାଙ୍କ ପୂଜା କମିଟି ପକ୍ଷରୁ ମହାଆଡ଼ମ୍ବରେ କରାଯାଇଛି l ମାଁଙ୍କ ଏହି ପୂଜା ଆଜି ଠାରୁ ୭ ଦିନ ଧରି ଚାଲିବାକୁ ଥିବା ବେଳେ ଅକ୍ଟୋବର ୨୨ ତାରିଖରେ ଏହି ପୂଜା ଉଦଯାପିତ ହେବ l ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ଼.ସରୋଜ କୁମାର ଶତପଥିଙ୍କ ପୌରହିତ୍ୟ ରେ ସୂର୍ଯ୍ୟପୂଜା, ହୋମ ଅନୁଷ୍ଠିତ ହୋଇଥିଲା l ପଣ୍ଡିତ ନୃସିଂହ ପଣ୍ଡା ଓ ରାହୁଲ କୁମାର ଦାଶ କାର୍ଯ୍ୟ ତୁଲାଇଥିଲେ l ମାଙ୍କ ଆଳତି ଦର୍ଶନ କରିବା ପାଇଁ ଛତ୍ରପୁର ଏବଂ ଆଖ ପାଖ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ପୂଜା ମଣ୍ଡପରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି, ବୁଧବାର ତଥା ପ୍ରଥମ ଦିନରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ମଣ୍ଡପକୁ ଆସି ମାଁ ଗଜଲକ୍ଷ୍ମୀ ଙ୍କୁ ଦର୍ଶନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଭାପତି ବସନ୍ତ କୁମାର ମହାରଣା, ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here