ଓଡିଶା ସିଭିଲ ସର୍ଭିସ ପରୀକ୍ଷା- ୨୦୨୨ ଫଳ ଘୋଷଣା।ପ୍ରଥମ ହେଲେ ଶ୍ୱେତାଶ୍ରୀ ମହାପାତ୍ର

0
10

କଟକ,୧୯/୧୦/୨୦୨୪:ଓଡିଶା ସିଭିଲ ସର୍ଭିସ ପରୀକ୍ଷା, ୨୦୨୨ର ଫଳାଫଳ ଆଜି ପ୍ରକାଶିତ ହୋଇଅଛି ଏବଂ ଏହାର ସମ୍ପୂର୍ଣ୍ଣ ଚୟନ ତାଲିକା ଓଡିଶା ଲୋକସେବା ଆୟୋଗର ୱେବସାଇଟ www.opsc.gov.in ରେ ଉପଲବ୍ଧ ହୋଇଅଛି ।
ଓଡିଶା ସିଭିଲ ସର୍ଭିସ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ, ଯଥା:ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର । ଓଡିଶା ସିଭିଲ ସର୍ଭିସ, ୨୦୨୨ ପରୀକ୍ଷାର ବିଜ୍ଞାପନ ତା ୩୦.୧୨.୨୦୨୨ ରିଖ ଦିନ ସମୁଦାୟ ୬୮୩ ( ୨୨୭-ମହିଳା) ପଦବୀ ପାଇଁ ପ୍ରକାଶିତ ହୋଇଥିଲା ।
ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ (୩୪୭୧୨-ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଏହା ମଧ୍ୟରୁ ୪୦୫୮୬ (୧୪୮୫୨-ମହିଳା) ପ୍ରାର୍ଥୀ ତା ୧୫.୧୦.୨୦୨୩ ରିଖରେ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ । ୮୨୨୦ (୨୭୩୦-ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଓଡିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷା, ୨୦୨୨ର ଲିଖ୍ତ ପରୀକ୍ଷା ତା ୨୫.୦୨.୨୦୨୪ ରିଖ ରୁ ତା ୦୩.୦୩.୨୦୨୪ ରିଖ ମଧ୍ଯରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପରୀକ୍ଷାରେ ୬୬୩୯ (୨୩୩୭-ମହିଳା) ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ଏହା ମଧ୍ୟରୁ ୧୩୬୭ (୪୯୩-ମହିଳା) ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ସାକ୍ଷାତକାର ପରୀକ୍ଷା ପାଇଁ କଟକ ସ୍ଥିତ ଓଡିଶା ଲୋକସେବା ଆୟୋଗର କାର୍ଯ୍ୟାଳୟରେ ତା୧୦/୦୯/୨୦୨୪ ରିଖ ରୁ ତା ୦୭.୧୦.୨୦୨୪ ରିଖ ଅବଧ୍ ମଧ୍ୟରେ ଡକାଯାଇଥିଲା | ଓଡିଶା ଲୋକସେବା ଆୟୋଗ ଓଡିଶା ସିଭିଲ ସର୍ଭିସ ପରୀକ୍ଷା, ୨୦୨୨ ପାଇଁ ୬୮୩ ସଂଖ୍ୟକ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି ଏବଂ ଶ୍ୱେତାଶ୍ରୀ ମହାପାତ୍ର ଏହି ଚୟନ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।ପ୍ରଥମ ଦଶଜଣ ପ୍ରାର୍ଥୀଙ୍କ ମଧ୍ୟରେ ୦୫ ଜଣ ମହିଳା ପ୍ରାର୍ଥୀନୀ ସ୍ଥାନିତ ହୋଇଛନ୍ତି । ଏହି ଚୟନ ତାଲିକାରେ ଅଣସଂରକ୍ଷିତ ବର୍ଗରେ ୩୮୭ (୧୪୨-ମହିଳା), ସାମାଜିକ ଓ ଶିକ୍ଷଗତ ପଛୁଆ ବର୍ଗରେ ୭୧ (୨୩-ମହିଳା),ଅନୁସୂଚିତ ଜାତି ବର୍ଗରେ ୮୯ (୩୬-ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୧୩୬ (୫୭-ମହିଳା), ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪, କ୍ରୀଡାବିତ ବର୍ଗରେ ୦୧ ଏବଂ ଶାରୀରିକ ଅକ୍ଷମ ବର୍ଗରେ ୨୩ (୦୫-ମହିଳା) ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଅଛି । ଚୟନ ତାଲିକାରେ ମୋଟ ୨୫୮ ମହିଳା ପ୍ରାର୍ଥୀନୀଙ୍କୁ ସୁପାରିଶ କରାଯାଇଛି |

LEAVE A REPLY

Please enter your comment!
Please enter your name here