ମନ୍ଦାର ହତ୍ୟାକାଣ୍ଡ ଘଟଣାରେ ଦୁଇ ଆସାମୀ ଗିରଫ

0
12

ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ପୋଲିସକୁ ମିଳିଛି ସଫଳତା। ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମରେ ଗତ ଅକ୍ଟୋବର ୦୮ ତାରିଖ ଦିନ ଘଟିଥିବା ରଜନୀ ପାତ୍ର ହତ୍ୟାକାଣ୍ଡ ଘଟଣାରେ କେଶ ନଂ ୫୮୦ ତାରିଖ ୦୯/୧୦/୨୦୨୪ , ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧), ୨୩୮ ଓ ୩(୫) ପ୍ରକାରେ ମନ୍ଦାର ଗ୍ରାମର ସ୍ବର୍ଗତ ଭାସ୍କର ତଲପୁରଙ୍କ ଦୁଇ ପୁଅ (୧)ପଞ୍ଚୁ ପାତ୍ର ଓରଫ ପଞ୍ଚୁ ତଲପୁର(୪୩ବର୍ଷ) ଓ (୨) ବିଭିଷଣ ପାତ୍ର ଓରଫ ବିଭିଷଣ ତଲପୁର(୨୭ ବର୍ଷ) ଙ୍କୁ ଗିରଫ କରି ଅକ୍ଟୋବର ୨୧ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି। ସୁଚନା ମୁତାବକ ପଞ୍ଚୁ ପାତ୍ରଙ୍କ ଧର୍ମପତ୍ନୀ ହେଉଛନ୍ତି ରଜନି ପାତ୍ର। ରଜନୀ ପାତ୍ରଙ୍କୁ ପଞ୍ଚୁ ପାତ୍ର ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ତିନୋଟି ସନ୍ତାନ ଥିବା ଜଣାପଡିଛି। କୌଣସି କାରଣରୁ ପାରିବାରିକ ଅସାନ୍ତିରୁ ରଜନିଙ୍କୁ ୮ ତାରିଖ ରାତ୍ରରେ ହତ୍ଯା କରି ନିଜ ଗ୍ରାମ ମନ୍ଦାର ନିକଟସ୍ଥ ଜଙ୍ଗଲରେ ଦୁଇ ଭାଇ ମିଶି ପୋତିଦେଇ ଉଭୟେ ଫେରାର ହୋଇଯାଇଥିଲେ। ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମର ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିଥିଲେ। ତଦନ୍ତ ଜାରୀରଖି ଆସାମୀ ଦୁଇ ଜଣଙ୍କୁ ପୋଲସରା ପୋଲିସ ଗିରଫ କରିବାରେ ସଫଳ ହୋଇଥିଲେ।

LEAVE A REPLY

Please enter your comment!
Please enter your name here