ସମ୍ଭାବ୍ୟ ବାତ୍ୟା “ଦାନା” ପାଇଁ ବୁଗୁଡା ବ୍ଲକ ସଜାଗ

0
12

ବୁଗୁଡା , (ଅନିଲ କୁମାର ମହାରଣା) : ସମ୍ଭାବ୍ୟ ବାତ୍ଯା “ଦାନା” ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ବେଳେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକର ସମସ୍ତ ବିଭାଗ ସଜାଗ ରହିଥିବା ବୁଗୁଡା ତହସିଲଦାର ତଥା ବିଡ଼ିଓ ତାପସ ରାଉତ ପ୍ରକାଶ କରିଛନ୍ତି। ସମ୍ଭାବ୍ୟ ବାତ୍ୟା “ଦାନା” ର ସଫଳ ମୁକାବିଲା ପାଇଁ ଅକ୍ଟୋବର ୨୧ ତାରିଖରେ ବୈଠକ ହେବା ସହ ଅକ୍ଟୋବର ୨୩ ତାରିଖରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ ବୋଲି ତହସିଲଦାର ତଥା ବିଡ଼ିଓ ଶ୍ରୀ ରାଉତ କହିଛନ୍ତି। ୧୨ ଗୋଟି ଶିକ୍ଷା ଅନୁଷ୍ଠାନକୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ସ୍ଥିର କରିଥିବା ବେଳେ ସମସ୍ତ ବିଭାଗ ଓ ଲାଇନ ଡିପାର୍ଟମେଣ୍ଟକୁ ସର୍ବଦା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ଯା “ଦାନା” କୁ ମୁକାବିଲା କରିବା ନିମନ୍ତେ ବୁଗୁଡା ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ବୋଟକୁ ସଜାଇ ରଖିବା ସହିତ କଟର ମେସିନ, ଜାକେଟ ପ୍ରଭୃତି ସରଞ୍ଜାମ ଏକାଠି କରିସାରିଲେଣି । ବାତ୍ଯା ସମୟରେ ନଦୀ ଓ ନାଳରେ ମଧ୍ୟ ବନ୍ୟା ହେବାର ଆଶଙ୍କା ରହିଅଛି। ବନ୍ୟା ଓ ବାତ୍ୟା ସମୟରେ କୌଣସି ବ୍ୟକ୍ତି ଭାସି ଯାଉଥିବା ଖବର ମିଳିଲେ ଉଦ୍ଧାର ପାଇଁ ବୋଟ ସଜାଗ ରହିଥିବା ବେଳେ ରାସ୍ତାରେ ଗଛ ପଡି ଅବରୋଧ ହେଲେ ଗଛ କାଟି ରାସ୍ତା ଖୋଲିବା ପାଇଁ କଟର ମେସିନକୁ ସଜାଇ ରଖିଥିବା ଦେଖିବାକୁ ମିଳିଛି। ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ହେଡ କ୍ୱାଟର ଛାଡି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here