ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଟାଇମ୍ସ ବିଜିନେସ ଆୱାର୍ଡ଼ ୨୦୨୪ରେ ଟିପିଏସ୍ଓଡିଏଲ୍ ପୁରସ୍କୃତ

0
6

ବ୍ରହ୍ମପୁର,୨୩/୧୦/୨୦୨୪: ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଆୟୋଜିତ ଟାଇମ୍ସ ବିଜିନେସ୍ ଆୱାର୍ଡ ଓଡ଼ିଶା-୨୦୨୪ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)  ପୁରସ୍କୃତ ହୋଇଛି। ବିଦ୍ୟୁତ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କମ୍ପାନୀକୁ ଏହି ସ୍ଵୀକୃତି ମିଳିଛି। ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବିଦ୍ୟୁତ ସୁରକ୍ଷା କ୍ଷେତ୍ରରେ ଟିପିଏସ୍ଓଡିଏଲର ଅଭିନବ ପଦକ୍ଷେପ ତଥା ପରିଚାଳନାଗତ ନିରାପତ୍ତା ଏବଂ ଲୋକଙ୍କ ସୁରକ୍ଷାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଅତ୍ୟାଧୁନିକ କୌଶଳ ଉପଯୋଗକୁ ଭିତ୍ତି କରି ଏହି ସମ୍ମାନ ଦିଆଯାଇଛି। ଏହି ଉତ୍ସବରେ ରାଜ୍ୟର ଶିଳ୍ପ, ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୁରକ୍ଷା ପ୍ରଶିକ୍ଷଣ, ଜନସଚେତନତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ବିତରଣ କ୍ଷେତ୍ରରେ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହ ଏଦିଗରେ ଅଗ୍ରଣୀ ଭୂମିକା ନେଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବ୍ରହ୍ମପୁର ସର୍କଲ ମୁଖ୍ୟ ଶ୍ରୀ ଚନ୍ଦନ ଦାସ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here