ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ ଘଟଣାରେ ଗୋଳନ୍ଥରା ଥାନା ଅଧୀନରେ ୪ ଗିରଫ

0
4

ବ୍ରହ୍ମପୁର,୨୫/୧୦/୨୦୨୪:
ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମର ଡେନି ସିମେଣ୍ଟ ଇଟା ଫେକ୍ଟ୍ରି ପାଖରେ ଜଣେ ଯୁବକଙ୍କୁ ଖଣ୍ଡା, ଠେଙ୍ଗା ରେ ମରଣାତ୍ମକ ଆକ୍ରମଣ କରିବା ଅଭିଯୋଗ ପ୍ରକାରେ ଶୁକ୍ରବାର ଦିନ ଗୋଳନ୍ଥରା ପୁଲିସ ପକ୍ଷରୁ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ରଙ୍ଗିପୁର ଗ୍ରାମର ଜଟିଆ ନାହାକ, ଶିଶିର ନାହାକ, ରୁପେଶ ନାହାକ ଏବଂ ଲକ୍ଷ୍ମୀ ନାହାକ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l  ସୂଚନା ପ୍ରକାରେ ଗତ ୧୧ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ରଙ୍ଗିପୁର ଗ୍ରାମର ସୁଶାନ୍ତ ନାହାକ କୌଣସି ଏକ ଫାର୍ମ ହାଉସରେ ନିଜ କାର୍ଯ୍ୟ ସାରି ଫେରୁଥିବା ସମୟରେ ଗାଁ ଶେଷ ମୁଣ୍ଡରେ ଥିବା ଡେନି ଇଟା ଫେକ୍ଟ୍ରି ନିକଟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ହୋଇ ରହିଥିବା ଶିଶିର, ରୁପେଶ, ଜଟିଆ ଓ ଲକ୍ଷ୍ମୀ ଅଟକାଇବା ସହ କୌଣସି କଥାକୁ ନେଇ ଅଭିଯୁକ୍ତ ଓ ସୁଶାନ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଚାରି ଜଣ ଖଣ୍ଡା, ଓ ଠେଙ୍ଗା ଆଉ ସିମେଣ୍ଟ ଇଟାରେ ସୁଶାନ୍ତକୁ  ମରଣାତ୍ମକ ଆକ୍ରମଣ କରିବା ସହ ଯଦି ପୁଲିସରେ ଅଭିଯୋଗ କଲେ ଜୀବନରେ ମାରିଦେବୁ କହି ପିସ୍ତଲ ଦେଖାଇ ଧମକ ଚମକ୍ ଦେଇଥିଲେ l ରଙ୍ଗିପୁର ଗ୍ରାମର କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହାତ ସୁଶାନ୍ତକୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେ ସିଜିରେ ଭର୍ତ୍ତି କରିଥିଲେ l ଏ ନେଇ ସୁଶାନ୍ତଙ୍କ ପତ୍ନୀ ସନ୍ତୋଷିନି ନାହାକ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା l ଗୁରୁବାର ଦିନ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଖାରିଆଗୁଡା ଜଙ୍ଗଲ ଭିତରେ ଅତ୍ରକିତ ଭାବେ ଚଢ଼ାଉ କରି ୪ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ରୁପେଶ, ଶିଶିର, ଜଟିଆ ଓ ଲକ୍ଷ୍ମୀଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଏକ ସଙ୍ଗୀନ ମାମଲା ରୁଜୁ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି।

LEAVE A REPLY

Please enter your comment!
Please enter your name here