Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ମହାନଗର ନିଗମ ରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଦୁର୍ନୀତି ଗସ୍ତ ଯନ୍ତ୍ରୀ ଙ୍କ...

ବ୍ରହ୍ମପୁର ମହାନଗର ନିଗମ ରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଦୁର୍ନୀତି ଗସ୍ତ ଯନ୍ତ୍ରୀ ଙ୍କ କେବେ ହେବ ବଦଳି

0
3

ବ୍ରହ୍ମପୁର,୨୮/୧୦/୨୦୨୪:ବ୍ରହ୍ମପୁର ମହାନଗର ନିଗମ ରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କ ବଦଳି ନହେବା ବୋଧହୁଏ ସରକାରଙ୍କ ଦୃଷ୍ଟି ଗୋଚର ହୋଇପାରୁନାହିଁ । ପଦୋନ୍ନତି ପରେ ପଦୋନ୍ନତି ପାଇ ଆସୁଥିବା ମହାନଗର ନିଗମ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କ ବଦଳି ନହେବା ସାଧାରଣ ରେ ବିସ୍ମୟ ସୃଷ୍ଟି ହେଉଛି। ଏହି କାରଣରୁ ମହାନଗର ରେ କାର୍ଯ୍ୟରତ ଯନ୍ତ୍ରୀ ମାନେ ଦୁର୍ନୀତି ରେ ଲିପ୍ତ ରହୁଥିବା ଜଣାପଡିଛି। ଏପରି କି ଯନ୍ତ୍ରୀ ମାନେ ଠିକାଦାର ଙ୍କୁ ଗୁଣ୍ଡା ଭାବେ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହେଉଛି l କୌଣସି ନିର୍ମାଣ କାର୍ଯ୍ୟ ରେ ତ୍ରୁଟି ଥିବା ସାଧାରଣ ବ୍ୟକ୍ତି ଯନ୍ତ୍ରୀ ଙ୍କୁ ଜଣାନ୍ତି ବା ଅଭିଯୋଗ କରନ୍ତି ତେବେ ସେହି ବ୍ୟକ୍ତି ଙ୍କ ଫୋନ ନମ୍ବର ଓ ନାମ କୁ ଗୋପନ ରଖିବା ପରିବର୍ତ୍ତେ ଠିକାଦାର କୁ ଜଣାଇ ଦିଅନ୍ତି ପରମୁହୂର୍ତ ରେ ଠିକାଦାର ସାଧାରଣ ବ୍ୟକ୍ତି ଙ୍କୁ ଧମକ ଦେବା କୁ ପଛାଉନାହାନ୍ତି, ଏ ଭଳି ଅନେକ ନଜିର ରହିଛି l କାରଣ ଠିକାଦାର ପାଖରେ ଭଦ୍ରସାଜି କାର୍ଯ୍ୟରତ ଯନ୍ତ୍ରୀ ମାନେ ଅଧିକା ପି ସି ନିଅନ୍ତି , ତ୍ରୁଟି ଥିବା ସ୍ଥାନକୁ ଅଣଦେଖା କରି ବିଲ୍ ପାସ କରିଥାନ୍ତି ,ଏ ଭଲି କାର୍ଯ୍ୟ ରେ ଅନେକ ଯନ୍ତ୍ରୀ ଲିପ୍ତ ଥିବା ବେଳେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି lସୂଚନା ଅଧିକାର ଆଧାରରେ ବର୍ତ୍ତମାନ ଅବସ୍ଥାପିତ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜୀବ କୁମାର ପଣ୍ଡା ୨୦୦୯ ମସିହାରେ ସହକାରୀ ଯନ୍ତ୍ରୀ ଭାବେ ବ୍ରହ୍ମପୁର ମୁନସିପାଲଟି ରେ ଥିବା ଏବଂ ୨୦୨୪ ମସିହାରେ ପୁଣି
ପଦୋନ୍ନତି ମିଳିବା ପରେ ସେହି ଗୋଟାଏ ସ୍ଥାନ ରେ ରହିବା ଆଶ୍ଚର୍ଯ୍ୟ ଭଳି ଲାଗୁଛି କିନ୍ତୁ ସତ୍ୟ,୧୫ବର୍ଷ ରହିବା ସମୟ ମଧ୍ୟରେ ୬ ଜଣ କମିସିନର ୩ ଜଣ ମେୟର ବା ନିର୍ବାଚିତ ପ୍ରତିନିଧି ସେହିଭଳି ୩ ନିର୍ବାହି ଯନ୍ତ୍ରୀ ବଦଳି ହୋଇ ଯାଇଛନ୍ତି ,କିନ୍ତୁ ଏହି ଅଧିକାରୀ ଙ୍କ ଉପରେ କାହାରି ବି ଦୃଷ୍ଟି ନ ପଡିବା ଏବଂ ପଦୋନ୍ନତି ପରେ ପଦୋନ୍ନତି ହେବା ଆଶ୍ଚର୍ଯ୍ୟ ର କଥା l ସେହିପରି ଅନ୍ୟ ଜଣେ ଅଧିକାରୀ ତପନ କୁମାର ରଏ ସହକାରୀ ଯନ୍ତ୍ରୀ ସୂଚନା ଅଧିକାର ଆଇନ ଅନୁଯାୟୀ ୨୦୧୬ ରେ ସହକାରୀ ଯନ୍ତ୍ରୀ ଭାବେ ଅବସ୍ଥାପିତ ଥିବା ବେଳେ ବିଗତ ୮ବର୍ଷ ସେହି ସ୍ଥାନରେ ରହିବା ଏବଂ ୬ରୁ୭ କନିଷ୍ଠ ଯନ୍ତ୍ରୀ ଶୁଭଶ୍ରୀ ସାହୁ ,ସପ୍ନା ସାହୁ,ସୁଭସ୍ମିତା ପୃଷ୍ଟି , ସୂଚୀସ୍ମିତା ପୁହାଣ,ସୃତିକା କୁମାରୀ ପାତ୍ର ବର୍ତ୍ତମାନ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ହୋଇ ୬ବର୍ଷ ରୁ ଉର୍ଦ୍ଧ୍ବ ସମୟ ଗୋଟାଏ ଜାଗାରେ ହି ନିଜର କାୟା ବିସ୍ତାର କରି ଦୁର୍ନୀତି କୁ ପ୍ରଶୟ ଦେବା ସହ ସହରର ଉନ୍ନତି କାର୍ଯ୍ୟ ରେ ଅବହେଳା ଯୋଗୁଁ ସମସ୍ତ କାର୍ଯ୍ୟ ଅଧ ପନ୍ତାରିଆ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି l ବିଗତ ସରକାର ରେ ଅନ୍ଧ ପୁଟୁଳି ବାନ୍ଧି ବସିଥିବା ଅଧିକାରୀ ଏବଂ ସଚିବ ଙ୍କ ଦୃଷ୍ଟି ଗୋଚର ହୋଇପାରୁ ନଥିଲା, କିନ୍ତୁ ସରକାର ବଦଳିଲା ପରେ ଦୁର୍ନୀତି ଖୋର ଅଧିକାରୀ ମାନଙ୍କ ଉପରେ ନଜର ପଡ଼ିବ ବୋଲି ବ୍ରହ୍ମପୁର ସହରରେ ଆଲୋଚନା ହେଉଛି l

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!